ପ୍ରମୂଖ ଖବର
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କମିଶନରେଟ୍‌ ପୁଲିସ ଟ୍ରାଫିକ କଟକଣା, ଜୟଦେବ ବିହାର-ନାଲ୍‌କୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର, ୧୭/୦୯: ସୁଭଦ୍ରା ଯୋଜନା  ସମାରୋହ ପାଇଁ କମିଶନରେଟ୍‌ ପୁଲିସ ଟ୍ରାଫିକ କଟକଣା ଜାରି କରିଛି । ସକାଳ ସାଢ଼େ ୭ଟାରୁ ୭ ଘଣ୍ଟା ସମାରୋହ  ସରିବା ଯାଏ ଜୟଦେବ ବିହାର ଛକଠାରୁ ନାଲକୋ ଛକ  ରାସ୍ତାର ୨ ପାଶ୍ୱର୍ ବନ୍ଦ ରହିବ । କେବଳ ପ୍ରଧାନମନ୍ତ୍ରୀଙ୍କ  କାରକେଡ୍‌, କେନ୍ଦ୍ରୀୟ ନେତା ଓ ଭିଭିଆଇପିଙ୍କ ପାଇଁ ଏହି  ରାସ୍ତା ଖୋଲା ରହିବ । ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସ ଏହି ରାସ୍ତାରେ ଯାଇପାରିବ ।  

କର୍ମୀ ବସ୍‌ରେ ଆସିଲେ କେଉଁଠି ଓହ୍ଲାଇବେ?  

କଟକ ପଟୁ ଆସୁଥିବା ବସ୍‌ଗୁଡି଼କ ରସୁଲଗଡ଼ ରେଳୱେ  ଓଭରବ୍ରିଜ୍‌ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର  ଛକ, ଆଚାର୍ଯ୍ୟ ବିହାର ଛକରୁ ଡାହାଣ ପାଶ୍ୱର୍କୁ ମୋଡି଼ବ ।  ସୈନିକ ସ୍କୁଲ ରାସ୍ତା ଦେଇ ନାଲ୍‌କୋ ଛକ ନିକଟ ସର୍ଭେ  ଅଫ୍‌ ଇଣ୍ଡିଆ ଲେନ୍‌ରେ କର୍ମୀମାନଙ୍କୁ ଓହ୍ଲାଇ ପାରିବ । ସେଠାରୁ ବସ୍‌ଗୁଡି଼କ ଜାଭିୟର- ହାତିଆଶୁଣୀ ଛକ ରାସ୍ତାର  ଉଭୟ ପାଶ୍ୱର୍ରେ ପାର୍କିଂ କରାଯିବ ।   

ଖୋର୍ଦ୍ଧା ଆଡୁ ବସ୍‌ରେ ଆସୁଥିବା କର୍ମୀମାନେ  ଜୟଦେବବିହାର ଫ୍ଲାଏ ଓଭର ଅତିକ୍ରମ କରି ସର୍ଭିସ ରୋଡ ଦେଇ ଆଚାର୍ଯ୍ୟବିହାର ଛକରୁ ବାମକୁ  ମୁହାଇଁବେ । ସୈନିକ ସ୍କୁଲ ରାସ୍ତା ପାର୍‌ କରି ସର୍ଭେ  ଅଫ୍‌ ଇଣ୍ଡିଆ ଲେନ୍‌ ସାମ୍ନାରେ ସେମାନେ ବସ୍‌ ରଖିବେ । ପରେ ନାଲ୍‌କୋ ଛକରୁ ସମାନ ରାସ୍ତା ଦେଇ ଜାଭିଅର  ଛକ-ହାତିଆଶୁଣୀ ଛକ ରାସ୍ତାରେ ପାର୍କିଂ କରିପାରିବେ ।  

କାର, ବାଇକ୍‌ରେ ଆସିଲେ କେଉଁଠି ଓହ୍ଲାଇବେ? 

କେହି ଚାରିଚକିଆ ଯାନ କିମ୍ବା ଦୁଇଚକିଆ ଯାନରେ କଟକ ପଟୁ ଆସିଲେ, ରସୁଲଗଡ ରେଳୱେ  ଓଭରବ୍ରିଜ୍‌ ଦେଇ ସର୍ଭିସ୍‌ ରୋଡରେ ବାଣୀବିହାର ଛକ,  ଆଚାର୍ଯ୍ୟବିହାର ଛକରୁ ଡାହାଣ ପାଶ୍ୱର୍କୁ ମୁହାଇଁବେ ।  ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତାରେ ପ୍ରେସ  ଛକ, ନାଲ୍‌କୋ ଛକ ଦେଇ ଆର୍‌ସିଏନ୍‌ କଟ୍‌ଠାରୁ ବାମ  ମୋଡ ନେଇ ଓଏସ୍‌ଏପି ସପ୍ତମ ବାଟାଲିୟନ ପଡିଆରେ  ଗାଡି଼ ପାର୍କିଂ କରିପାରିବେ ।   ନନ୍ଦନକାନନ ପଟୁ ଆସୁଥିବା କାର ବାଇକ୍‌ଗୁଡିକ  ନାଲକୋ ଛକ ନିକଟ ସର୍ଭେ ଅଫ୍‌ ଇଣ୍ଡିଆ ଲେନ୍‌ରେ ସମର୍ଥକଙ୍କୁ ଓହ୍ଲାଇ ପାରିବ । କିନ୍ତୁ ଗାଡି଼କୁ ସପ୍ତମ ବାଟାଲିଅନ ପଡି଼ଆରେ ପାର୍କିଂ କରିବାକୁ ପଡିବ ।  

କିଏ କେଉଁ ଗେଟ୍‌ରେ ପଶିବେ?

ନିମନ୍ତ୍ରିତ ଅତିଥିମାନେ ସର୍ଭେ ଅଫ୍‌ ଇଣ୍ଡିଆ ଦେଇ ଜନତା ମଇଦାନର ମୁଖ୍ୟ ଫାଟକରେ ଓହ୍ଲାଇ ଅତିଥି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବେ । ଅତିଥିମାନଙ୍କ ଗାଡି଼ ଜନତା ମଇଦାନ ଭିତରେ ପାର୍କିଂ  କରାଯିବା ବ୍ୟବସ୍ଥା ହୋଇଛି ।  ଦଳୀୟ କର୍ମୀ ସପ୍ତମ ବାଟାଲିୟନ ପଡି଼ଆ କିମ୍ବା ସର୍ଭେ ଅଫ ଇଣ୍ଡିଆରେ ଗାଡି଼ ରଖି ଚାଲିକି ଜନତା ମଇଦାନର ୩ ନମ୍ବର ଗେଟ୍‌ ପଟେ ସମାରୋହ ସ୍ଥଳକୁ ଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.