ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଦିବାସୀ ମହିଳାଙ୍କ ନାଁରେ ଋଣ କରି ୱାର୍ଡ ମେମ୍ଵର ଫେରାର୍, ଟଙ୍କା ସୁଝିବାକୁ ଧମକ ଦେଉଛନ୍ତି ଫାଇନାନ୍ସ ଏଜେଣ୍ଟ

କେନ୍ଦୁଝର,୨୦/୦୭: ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବା ବାହାନାରେ ୨୬ ଜଣ ଆଦିବାସୀ ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଋଣ । ଧମକ ଦେଉଛନ୍ତି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟ । ଋଣ ସୁଝି ନପାରିଲେ ଆତ୍ମହତ୍ୟା କରିବାକୁ କହୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ସୁନାପଶି ଗ୍ରାମରେ।

ସୂଚନା ଅନୁଯାୟୀ, ଆଦିବାସୀ ମହିଳାଙ୍କ ସରଳତାର ସୁଯୋଗ ନେଇ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ବାହାନାରେ ମିଛ ପ୍ରତିଶୃତି ଦେଇଥିଲା ସୁନାପଶି ଗ୍ରାମର ୱାର୍ଡ ମେମ୍ବର ମାନ ହାଁସଦା । ସେ ୨୬ ଜଣ ଆଦିବାସୀ ମହିଳାଙ୍କ ଆଧାର କାର୍ଡ ସହ ବାୟୋମେଟ୍ରିକ ଓ ଫୋଟ ନେଇ ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଋଣ ନେଇଥିଲା। ଏହି ଗ୍ରାମରେ ବସବାସ କରୁଥିବା ମହିଳା ଓ ପୁରୁଷମାନେ ଅଶିକ୍ଷିତ ହୋଇଥିବାରୁ ସେମାନେ ଋଣ ବାବଦରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଫାଇନାନ୍ସ କର୍ମଚାରୀମାନେ ଋଣ କିସ୍ତି ଟଙ୍କା ପାଇଁ ଘରକୁ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ମହିଳାମାନେ  ଋଣଟଙ୍କା ନେଇ ନଥିବା କହିଥିବା ବେଳେ ଫାଇନାନ୍ସ କର୍ମଚାରୀମାନେ ମହିଳାମାନଙ୍କୁ ଧମକ ଚମକ ଦେଉଛନ୍ତି । ଆତ୍ମହତ୍ୟା ପରେ ଡେଥ ସାର୍ଟିଫିକେଟ ଦେଲେ ଋଣ ଛାଡ ହେବ ବୋଲି କହୁଛନ୍ତି। ଏପରି କଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଆଦିବାସୀ ମହିଳାମାନେ। ତେବେ ୨୬ ଜଣ ମହିଳାଙ୍କ ନାଁରେ ମୋଟ ୨୩ ଲକ୍ଷ ୭୬ ହଜାର ୨୯୦ ଟଙ୍କାର ଋଣ ଉଠାଯାଇଛି। ୱାର୍ଡ ମେମ୍ବର ବର୍ତ୍ତମାନ ଫେରାର ଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ଵ ଦେଇଛନ୍ତି। ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.