ପ୍ରମୂଖ ଖବର
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର : ବାପ- ପୁଅ ଗିରଫ

Published By : Prameya | January 20, 2025 8:39 PM

ଚନ୍ଦାହାଣ୍ଡି ,୨୦।୧ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଥାନା ଅଧିନ  ହରଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ  ଦୁଇଜଣ ଆହତ ହୋଇଛନ୍ତି। ଏହି ଘଟଣାରେ  ବାପ-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଜଣ ହେଲେ ବାପା ଲବାର ଗୌଡ଼ (୫୭) ଏବଂ ପୁଅ ମଧୁ ଗୌଡ଼ (୧୯) l 

ହରଡାପଡା ଗ୍ରାମରେ   ଗତ ୧୬ ତାରିଖ ଶୁକ୍ରବାର ସନ୍ଧ୍ୟାରେ  ଗ୍ରାମରେ ଥିବା ବୟଲର କୁକୁଡ଼ା ଦୋକାନରେ   କ୍ଷୀରସିନ୍ଧୁ ମାଝି ଏବଂ କିଶୋର ଗୌଡ଼ ମଧ୍ୟରେ  ମାଂସ ଭାଗବଣ୍ଟାକୁ ନେଇ ବଚସା ହେବା ସହ ହାତାହାତି ହୋଇଥିଲା l  ସେଠାକାର ଲୋକେ ବୁଝାସୁଝା କରିବା ପରେ  ନିଜ ନିଜ ଘରକୁ ଆସି ଥିଲେ l  କିଶୋର ଗୌଡ଼ ଘରେ ଥିବା ସମୟରେ କ୍ଷୀରସିନ୍ଧୁ  ମାଝିଙ୍କ ପରିବାର ଲୋକେ  କିଶୋର, ମଧୁ ଏବଂ ଲବାର ଗୌଡ଼ଙ୍କୁ ଆକ୍ରମଣ କରିଥିଲେ l  ଏଥିରେ କିଶୋର ଓ କ୍ଷୀରସିନ୍ଧୁ ପରିବାର ଆକ୍ରମଣରେ ଗୁରୁତର ହୋଇଥିଲେ l  କିଶୋର ପରିବାର ଆକ୍ରମଣରେ କ୍ଷୀରସିନ୍ଧୁଙ୍କ ବାପା କୈବଲ୍ୟ ମାଝିଙ୍କ ମୁଣ୍ଡ ଫାଟି ଯାଇ ଥିଲା l  ଗୁରୁତର କୈବଲ୍ୟକୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l  ସେଠାରେ ସ୍ୱାସ୍ଥ୍ୟର ଉନ୍ନତି ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।କୈବଲ୍ୟ ମାଝିଙ୍କ ପୁଅ କ୍ଷୀରସିନ୍ଧୁ ମାଝି   ଲିଖିତ ଅଭିଯୋଗ ଦେବା ପରେ  ପୋଲିସ ଳବାର ଏବଂ ମଧୁକୁ ଗିରଫ କରିଛି l ଅନ୍ୟପକ୍ଷରେ  କ୍ଷୀରସିନ୍ଧୁ ମାଝି, କୈବଲ୍ୟ ମାଝି ଙ୍କ ସମେତ ୪ଜଣଙ୍କ ନାମରେ  ଆହତ  କିଶୋରଙ୍କ   ସ୍ତ୍ରୀ  ଆସମତୀ ଗୌଡ଼ ରବିବାର  ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.