ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ, ପଞ୍ଜାବ-ହରିଆଣା ଓ ଦିଲ୍ଲୀ ସୀମା ସିଲ୍

ନୂଆଦିଲ୍ଲୀ,୧୩/୦୨: ପଞ୍ଜାବ  ଓ ହରିଆଣାର ୨୬ ଚାଷୀ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ  ଚଲୋ’ ଡାକରା ଦେଇଛନ୍ତି । ଏହାକୁ  ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ  ଜାରି କରାଯାଇଛି । ଏହାସହ ପଞ୍ଜାବ-ହରିଆଣା ଏବଂ ଦିଲ୍ଲୀ ସୀମା ସିଲ୍‌ କରି  ଦିଆଯାଇଛି । ଚାଷୀଙ୍କ ବିଶାଳ ପଦଯାତ୍ରା  ପାଇଁ ରାଜଧାନୀରେ ମାସକ ଲାଗି ଧାରା  ୧୪୪ ଲାଗୁ ହୋଇଛି । ଦିଲ୍ଲୀରେ ଭିଡ଼ ଜମାଇବା, ଲାଉଡସ୍ପିକର୍‌ ବଜାଇବା  ଏବଂ ଟ୍ରାକ୍ଟରର ପ୍ରବେଶ ଉପରେ  କଟକଣା ଲଗାଯାଇଛି । ଏଥିସହ  ଅସ୍ତ୍ରଶସ୍ତ୍ର ଏବଂ ଲାଠି ଓ ପଥର  ଦିଲ୍ଲୀକୁ ନିଆଯାଇ ପାରିବ ନାହିଁ  ବୋଲି କୁହାଯାଇଛି । ଏହା ପୂର୍ବରୁ  ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ  ରଖି ପଞ୍ଜାବ ଓ ହରିଆଣାର ଶମ୍ଭୁ,  ଖନୌରୀ ବ୍ୟତୀତ ହରିଆଣା ଓ ଦିଲ୍ଲୀର ସିଂଘୁ, ଟିକ୍‌ରି ସହ ସମସ୍ତ  ସୀମାକୁ ସିଲ୍‌ କରିଦିଆଯାଇଛି ।  

ମଙ୍ଗଳବାର ପଞ୍ଜାବର ଚାଷୀମାନେ  ୧୦ ହଜାର ଟ୍ରାକ୍ଟର ନେଇ ଦିଲ୍ଲୀ ଯିବା ପାଇଁ ହରିଆଣାରେ ପ୍ରବେଶ କରିବେ । ଏଭଳି ସ୍ଥିତିରେ ଚଣ୍ଡିଗଡ଼ର  ସେକ୍ଟର ୨୬ସ୍ଥିତ ‘ମଗସିପା’  କାର୍ଯ୍ୟାଳୟରେ ଚାଷୀ ନେତା ଏବଂ  କେନ୍ଦ୍ରମନ୍ତ୍ରୀଙ୍କ ବୈଠକ ବସିଥିଲା ।  ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ,  ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ  ରାୟ ଓ କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉପସ୍ଥିତ  ଥିଲେ । ସୂତ୍ର ମୁତାବକ ପୂର୍ବରୁ ୨୦୨୦- ୨୧ କୃଷି ଆଇନ ଆନ୍ଦୋଳନ ବେଳେ  ଚାଷୀଙ୍କ ବିରୋଧରେ ଯେଉଁ ମାମଲା  ହୋଇଥିଲା ତାହାକୁ ପ୍ରତ୍ୟାହାର କରିବା  ଏବଂ ଲକ୍ଷ୍ମୀପୁର ଖେରି ଘଟଣାରେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବା  ନେଇ ସହମତି ହୋଇଛି । 

ଏହାସହ  ବିଦ୍ୟୁତ୍‌ ଆଇନ ୨୦୨୦କୁ ରଦ୍ଦ ପାଇଁ  ସହମତି ହେବା ଆଶା କରାଯାଉଛି ।  ଅନ୍ୟପକ୍ଷରେ କୃଷି ଋଣ ଛାଡ଼  ଦାବିରେ କେନ୍ଦ୍ରମନ୍ତ୍ରୀ ଚୁପ୍‌ ରହିଛନ୍ତି ।  ଉଲ୍ଲେଖଯୋଗ୍ୟ, ସବୁ ଫସଲକୁ  ଏମ୍‌ଏସ୍‌ପିରେ କ୍ରୟ ପାଇଁ ଆଇନ  ଆଣିବା, ଡ. ସ୍ୱାମୀନାଥନ ଆୟୋଗଙ୍କ ରିପୋର୍ଟ ହିସାବରେ ଦର ଧାର୍ଯ୍ୟ କରିବା,  ଚାଷୀଙ୍କ ଋଣ ଛାଡ଼ ଓ ପେନ୍‌ସନ, ଜମି  ଅଧିଗ୍ରହଣ ଆଇନ ୨୦୧୩କୁ ପୁନଃ  ଲାଗୁ ଆଦି ଦାବି ନେଇ ଚାଷୀମାନେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.