ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୪ ମାସ ହେଲା ମିଳୁନି ଅଶୋକଙ୍କ ପତ୍ତା, ଚିନ୍ତାରେ ପରିବାର

ଭଦ୍ରକ, ୨୬।୦୭ : ୪ ମାସ ହେଲା ପୁଅର ମିଳୁନି ପତ୍ତା। ଚିନ୍ତାର ପୁରା ପରିବାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜୟଦୁର୍ଗାପାଟଣା ଅଞ୍ଚଳର ସ୍ୱର୍ଗତ ବିଷ୍ଣପଦ ଗିରିଙ୍କ ବଡ଼ ପୁଅ ଅଶୋକ ଗିରିଙ୍କ (୨୬ ବର୍ଷ) ପତ୍ତା ମିଳୁନି। ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଧାମରା ମେରାଇନ୍ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୋଲିସ। 

ସୂଚନା ଅନୁଯାୟୀ, ଚଳିତ ବର୍ଷ ୨୪ ତାରିଖ ଅପ୍ରେଲ ମାସ ଦିନ ଅଶୋକ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ସନ୍ଧ୍ୟା ସମୟରେ ଏକ ହାପ୍ ପ୍ୟାଣ୍ଟ ଏବଂ ବେକରେ ଏକ ଗାମୁଛା ପକାଇ ଘରୁ ବାହାରିଥିଲେ। କିଛି ସମୟ ବିତିଯିବା ପରେ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବ୍ୟସ୍ତ ହୋଇ ଅଶୋକଙ୍କ ମୋବାଇଲକୁ ଫୋନ୍ କରିଥିଲେ। ହେଲେ ଅଶୋକ ଫୋନଟି ଘରେ ଛାଡି ଯାଇଥିଲେ। ଯାହାଫଳରେ ପରିବାର ଲୋକେ ଆହୁରି ବ୍ୟସ୍ତ ଓ ବିବ୍ରତ ହୋଇପଡିଥିଲେ ।ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଅପ୍ରେଲ୍ ୨୬ ତାରିଖରେ ଧାମରା ମେରାଇନ୍ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଆଉ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । 

ଅଶୋକଙ୍କ ନିଖୋଜକୁ ବର୍ତ୍ତମାନ ସୁଦ୍ଧା ୪ ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କର କୌଣସି ପତ୍ତା ମିଳିନାହିଁ । ସେପଟେ ପୋଲିସ ଅଭିଯୋଗ ମାମଲା ରୁଜୁ କରି ଚୁପ୍ ବସିଥିବା ବେଳେ ଚିନ୍ତାରେ ପୁରା ପରିବାର। ଅଶୋକଙ୍କ ନିଖୋଜ ପଛରେ କିଏ ଦାୟୀ, ନା ସେ ନିଜେ ତାହା ଅସ୍ପଷ୍ଟ ରହିଛି। ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । 

ଯଦି କୌଣସି ବ୍ୟକ୍ତି ନିଖୋଜ ଅଶୋକ ଗିରିଙ୍କ ବିଷୟରେ କିଛି ବି ସୂଚନା ପାଇଥାନ୍ତି। ତେବେ ପରିବାରକୁ ଜଣାଇବା ଅନୁରୋଧ କରାଯାଉଛି । ଆଉ ପରିବାର ସଦସ୍ୟଙ୍କ ନାମ ତଳେ ଦିଆଯାଇଛି ।

ଯୋଗାଯୋଗ-

ନାମ- ଅଶୋକ ଗିରି (ନିଖୋଜ ବଡ଼ ପୁଅ)

ପିତା- ସ୍ୱର୍ଗତ ବିଷ୍ଣପଦ ଗିରି

ମାତାଙ୍କ ନାମ- ଅମିତା ଗିରି

ଠିକଣା-ଜୟଦୁର୍ଗାପାଟଣା, ଧାମରା, ଭଦ୍ରକ

ପିନ୍ କୋଡ୍- ୭୫୬୧୭୧

ମୋବାଇଲ୍ ନମ୍ବର- ୭୪୩୦୦୭୩୦୯୬

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.