ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Farmers protest in England: ଇଂଲଣ୍ଡରେ ଆରମ୍ଭ ହେଲା କୃଷକ ଆନ୍ଦୋଳନ, ଟ୍ରାକ୍ଟର ନେଇ ସେଣ୍ଟ୍ରାଲ ଲଣ୍ଡନରେ ପହଞ୍ଚିଲେ ଆନ୍ଦୋଳନକାରୀ

Published By : Bijay Swain | February 11, 2025 5:17 PM

Image courtesy: indiatoday

ନୂଆଦିଲ୍ଲୀ: ୨୦୨୦-୨୦୨୧ ମସିହାରେ ଭାରତରେ ହୋଇଥିବା କୃଷକ ଆନ୍ଦୋଳନ କଥା ତ ଆପଣଙ୍କର ମନେଥିବ ନିଶ୍ଚୟ। କୃଷି ବିଲକୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାନ୍ତରେ ଯେପରି ଧାରଣା ଦେଇଥିଲେ ଠିକ୍ ସେହି ଧରଣର ଧାରଣା ଦେଖିବାକୁ ମିଳିଛି ଇଂଲଣ୍ଡର ରାଜଧାନୀ ଲଂଣ୍ଡନରେ। ସୋମବାର ବ୍ରିଟେନର ଶତାଧିକ କୃଷକ ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଅଭିମୁଖେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଆରମ୍ଭ କରିଥିଲେ। 

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଶତାଧିକ ଟ୍ରାକ୍ଟର ସହ ଗୋଟିଏ ଟ୍ୟାଙ୍କ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲା। ଟ୍ୟାଙ୍କରେ ବ୍ରିଟେନର ଜାତିୟ ପତାକା ଗୁଡାହୋଇଥିବା ବେଳେ ଏହା ଧିରେଧିରେ ଆନ୍ଦୋଳନକାରୀଙ୍କ ସହ ସେଣ୍ଟ୍ରାଲ ଲଣ୍ଡନର ଚକ୍କର କାଟିଥିଲା। ତେବେ ନୂଆକରି ଲଗାଯାଇଥିବା ଟିକସ ବ୍ୟବସ୍ଥାକୁ ବିରୋଧ କରି ଏହି ଧାରଣା ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କାଏର ଷ୍ଟାରମର ଦେଶରେ ଉତ୍ପାଦିତ ହେଉଥିବା ବିଭିନ୍ନ କୃଷିଜାତ ଦ୍ରବ୍ୟ ଉପରେ ୨୦ ପ୍ରତିଶତ ଟିକସ ଲଗାଇଛନ୍ତି। ଯାହାକୁ ନେଇ ସମଗ୍ର ଦେଶରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। 

ସମଗ୍ର ଦେଶରୁ ଆରମ୍ଭ ହୋଇଥିବା ଏହି ଟ୍ରାକ୍ଟର ଶୋଭାଯାତ୍ରା ସେଣ୍ଟ୍ରାଲ ଲଂଣ୍ଡନ ସ୍ଥିତ ପାର୍ଲାମେଣ୍ଟ ସ୍କୋୟାରରେ ପହଞ୍ଚିବା ପରେ ଆନ୍ଦୋଳନ କାରିମାନଙ୍କୁ ସମର୍ଥନ ଜଣାଇବା ପାଇଁ ଏକ ସେନା ଟ୍ୟାଙ୍କ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲା। ଖବର ମୁତାବକ ସଂପୂର୍ଣ୍ଣ ଇଉରୋପରେ କୃଷକ ଆନ୍ଦୋଳନ ହେବାର ବର୍ଷକ ପରେ ଚଳିତ ବର୍ଷ ଇଂଲଣ୍ଡରେ ପ୍ରଥମ ଥର ପାଇଁ କୃଷକ ଆନ୍ଦୋଳନ ଦେଖାଯାଇଛି। 

ନୂତନ ଭାବେ ଲଗାଯାଇଥିବା ଏହି ଟିକସ ବ୍ୟବସ୍ଥା କୃଷକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପ୍ରଥମରୁ ଇଂଲଣ୍ଡରେ କୃଷି ଏକ ଲାଭଜନକ ବ୍ୟବସାୟ ହୋଇନଥିବା ବେଳେ ଏହି ନୂଆ ଟିକସ ବ୍ୟବସ୍ଥା ପାଇଁ ବିଭିନ୍ନ କୃଷିଜାତ ଦ୍ରବ୍ୟର ମୁଲ୍ୟ ମହଙ୍ଗା ହେବ। ଏହା ସହ ଏହି ଟିକସ ଫଳରେ ସମଗ୍ର ଦେଶର କୃଷକ ମାନେ ଜମି ବାବଦକୁ ଦେଉଥିବା ଟିକସରେ ମଧ୍ୟ ବୃଦ୍ଧି ଘଟିବ ଯାହା କୃଷକମାନଙ୍କଠୁ ସିଧାସଳଖ ନିଆଯିବ। ଯାହାଫଳରେ କୃଷକମାନଙ୍କ ଆୟ କମିଯିବ ବୋଲି ଦାବି କରି କୃଷକ ମାନେ ସମଗ୍ର ଦେଶରେ ଧାରଣା ଦେଉଛନ୍ତି।

କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମଗ୍ର ଦେଶର କୃଷକ ମାନେ ଏହି ଧାରଣାରେ ଭାଗ ନେଇଛନ୍ତି। ଏହି ଧାରଣା ଇଂଲଣ୍ଡର ପ୍ରମୁଖ ସ୍ଥାନ ମାନଙ୍କରେ ପହଞ୍ଚି ସରକାରଙ୍କୁ ଏହି ଟିକସ ବ୍ୟବସ୍ଥାକୁ ହଟାଇବାକୁ ସ୍ୱର ଉଠାଇଥିଲେ। ତେବେ ମଙ୍ଗଳବାର ସୁଦ୍ଧା ଅନେକ ଟ୍ରାକ୍ଟର ସେଣ୍ଟାଲ ଲଣ୍ଡନରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.