ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ନକଲି ଜନସେବା କେନ୍ଦ୍ର ଖୋଲି ଗ୍ରାହକଙ୍କୁ ଲୁଟ୍, ବ୍ୟାଙ୍କ-ଥାନା ଦୌଡ଼ି ମହିଳା ନିରାଶ

Published By : Rasmita Pradhan | May 30, 2025 12:11 PM

ପାଲଲହଡ଼ା, ୨୯/୦୫ : ନକଲି ଜନସେବା କେନ୍ଦ୍ର ଖୋଲି ଗରିବ ନିଃସହାୟ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଲୁଟ୍। ବାରମ୍ବାର ଅଭିଯୋଗ ସତ୍ତ୍ଵେ ନକଲି ଜନସେବା କେନ୍ଦ୍ର ଖୋଲିଥିବା ମାଲିକଙ୍କ ଉପରେ ହେଉନି କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ପଞ୍ଚାୟତରେ ନକଲି ଆଇଡି ଖୋଲି ଆଧାର କାର୍ଡ ଜରିଆରେ ଟଙ୍କା ନେଣଦେଣ ସହିତ ଶିଶୁମାନଙ୍କ ନୂଆ ଆଧାରକାର୍ଡ କରିବା, ଜନ୍ମ ତାରିଖ ଓ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ ନଂ ସଂଯୋଗ ଆଦି କରିବା ପାଇଁ ଟିପ ଚିହ୍ନ ନେଇ ଗରିବ ଆଦିବାସୀଙ୍କ ଠାରୁ ଲୁଟୁଛନ୍ତି ଟଙ୍କା। ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ପେଚାମୁଣ୍ଡି ପଞ୍ଚାୟତ ଶିମିଳିପାଳ ଗ୍ରାମରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। 

ସୂଚନାନୁଯାୟୀ, ପାଲଲହଡ଼ା ଥାନା ପେଚାମୁଣ୍ଡି ପଞ୍ଚାୟତ ଶିମିଳିପାଳ ଗ୍ରାମର କୁନି ମହାନ୍ତି ମାର୍ଚ୍ଚ ୭ ତାରିଖ ଦିନ ପେଚାମୁଣ୍ଡି ଗ୍ରାମରେ ଅଶ୍ୱିନୀ ପଲେଇ ଖୋଲିଥିବା ଗ୍ରାହକ ସେବା କେନ୍ଦ୍ରରେ ପିଏନବି ଜମା ଖାତାରେ ମୋବାଇଲ ନଂ ସଂଯୋଗ କରିବାକୁ ଯାଇଥିଲେ। ମହିଳାଙ୍କ ଟିପ ଚିହ୍ନ ନେଇ ସଂଯୋଗ ହୋଇଯିବା କହି ତାଙ୍କୁ ଘରକୁ ପଠାଇ ଦେଇଥିଲେ। ଚଳିତ ମାସ ୮ ତାରିଖରେ ବ୍ୟାଙ୍କରେ ନିଜ ଆକାଉଣ୍ଟ ଚେକ୍ କରିବାରୁ ୟୁପିଆଇ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ଭିନ୍ନ ଭିନ୍ନ ଆକାଉଣ୍ଟକୁ ୯୮ ହଜାର ୯ ଶହ ଟଙ୍କା ପଠାଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ପାଲଲହଡ଼ା ଥାନାରେ ସମ୍ପୃକ୍ତ ଜନସେବା କେନ୍ଦ୍ର ମାଲିକ ଅଶ୍ୱିନୀ ପଲେଇଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ଜଣଙ୍କ ପୁନର୍ବାର ୨୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।

ଅନ୍ୟପଟେ ବ୍ୟାଙ୍କରେ କୁନି ମହାନ୍ତି ଏଫଆଇଆର କପି ମାଗିଥିଲେ। ପାଲଲହଡ଼ା ଥାନା ପକ୍ଷରୁ ଏଫଆଇଆର କପି ଦେବା ବଦଳରେ ୮ ତାରିଖରେ ହୋଇଥିବା ଏତଲାର ଜିଡି କପି ନମ୍ଵର ଦେଇଥିଲେ। ହେଲେ ବ୍ୟାଙ୍କ ଜିଡି କପି ନମ୍ଵର ଗ୍ରାହଣ କରିନଥିଲା। ଏଫଆଇଆର କପି ନହେଲେ ଆମେ କିଛି ପଦକ୍ଷେପ ନେଇପାରିବୁନି ବୋଲି କହି ଫେରାଇ ଦେଇଥିଲେ। ପନିପରିବା ଚାଷ କରି ସଞ୍ଚିତ ଅର୍ଥ ଜନସେବା କେନ୍ଦ୍ର ଲୁଟି ନେଇଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନନେବାରୁ କୁନି ଏବେ ଭାଙ୍ଗି ପଡିଛନ୍ତି। ବେଆଇନ ଭାବେ ଛତୁ ଫୁଟିଲା ଭଳି ଖୋଲିଥିବା ଜନସେବା କେନ୍ଦ୍ର ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.