ଭୁବନେଶ୍ୱର ୨୦/୦୩: ଖୋଲିବ ମର୍ଡର ମିଷ୍ଟ୍ରିର ରହସ୍ୟ। ସାମ୍ନାକୁ ଆସିବେ ଅସଲ ଷଡଯନ୍ତ୍ରୀକାରୀ। ମଙ୍ଗଳବାରଠୁ ସାନି ତଦନ୍ତ ଆରମ୍ଭ କରିଛି ଦୁଇ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ପୂର୍ବରୁ ନବଙ୍କ ପରିବାର ସଦସ୍ୟ, ବିମାନବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୟାନ ରେକର୍ଡ କରିଥିବା ବେଳେ ଆଜି କ୍ରାଇମ ସ୍ପଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ ସାନି ତଦନ୍ତ ଆରମ୍ଭ କରିଛି। ସେ ଦିନ କିଭଳି ଗୁଳିକାଣ୍ଡ ଘଟିଥିଲା। ପାଖରେ କେଉଁ ସହଯୋଗୀମାନେ ଥିଲେ। ସବୁ ବିଷୟରେ ପୁଣି ଛାନ୍ଭିନ୍ କରୁଛି କ୍ରାଇମ୍ବ୍ରାଞ୍ଚ ଟିମ୍।
ସୂଚନା ଅନୁଯାଇ, ବୁଧବାର କ୍ରାଇମ୍ବ୍ରାଞ୍ଜ ପୂର୍ବତନ ମନ୍ତ୍ରୀଙ୍କ ପତ୍ନୀ ମିନତି ଦାସ ଏବଂ ଅନ୍ୟଜଣେ ସହଯୋଗୀଙ୍କ ବୟାନ ରେକର୍ଡ କରିଥିଲା । କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ସରବାହାଲସ୍ଥିତ ନବ ଦାସଙ୍କ ବାସଭବନରେ ପହଞ୍ଚି ଶ୍ରୀମତୀ ଦାସଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । ଜିଲ୍ଲା ସଦର ଡାକ୍ତରଖାନାରେ ନବଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତରଙ୍କ ବୟାନ ରେକର୍ଡ କରିଛି।। ଗୁଳିମାଡ଼ ପରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ସେ ସମ୍ପର୍କରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।
ବୁଧବାର କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ପ୍ରଥମେ ଜିଲ୍ଲା ସଦର ଡାକ୍ତରଖାନା ଯାଇଥିଲା । ଡାକ୍ତର ଡୋଳାମଣି ତାଣ୍ଡି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା । ବ୍ରଜରାଜନଗର ଗାନ୍ଧି ଛକଠାରେ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କୁ ସିଧାସଳଖ ଜିଲ୍ଲା ସଦର ଡାକ୍ତରଖାନା ନିଆଯାଇଥିଲା । ସେଠାରେ କିଭଳି ଚିକିତ୍ସା କରାଯାଇଥିଲା, ସେତେବେଳେ ସ୍ୱାସ୍ଥାବସ୍ଥା କିପରି ଥିଲା ଆଦି ବିଷୟରେ ପଚରା ଉଚରା କରିବା ପୂର୍ବକ ବୟାନ ରେକର୍ଡ କରାଯାଇଛି ।
ମଙ୍ଗଳବାର ଦୀପାଳି ଓ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ପରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କ୍ରାଇମବ୍ରାଞ୍ଚ୍ ଅଧିକାରୀ ପହଞ୍ଚି କେଉଁ ସମୟରେ, କେଉଁ ବିମାନରେ ନବ ଦାସଙ୍କୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ନିଆଯାଇଥିଲା ତାହା ପଚାରି ବୁଝିଥିଲେ ।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ରେ ବ୍ରଜରାଜନଗର ଗାନ୍ଧି ଛକଠାରେ ନବ ଦାସଙ୍କୁ ଗୁଳି କରାଯାଇଥିଲା । ଘଟଣାରେ ଗାନ୍ଧି ଛକ ଫାଣ୍ଡିର ଏଏସ୍ଆଇ ଗୋପାଳ ଦାସଙ୍କୁ ପୁଲିସ୍ ଗିରଫ କରିଥିଲା