ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଇଭି ସବ୍‌ସିଡିରେ ଜାଲିଆତି,ଲାଭରେ ପଡ଼ୋଶୀ ରାଜ୍ୟ ବାସିନ୍ଦା

Published By : Anindita Ratha | August 23, 2025 9:10 AM

ଭୁବନେଶ୍ୱର,୨୩/୦୮: ବୈଦ୍ୟୁତିକ ଯାନ ବା ଇଭି ସବ୍‌ସିଡିରେ ବଡ଼ ଜାଲିଆତି ।  ଓଡି଼ଶାରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଉଛନ୍ତି ଛତିଶଗଡ଼ ସମେତ ଅନ୍ୟ ପଡ଼ୋଶୀ ରାଜ୍ୟ ବାସିନ୍ଦା। ଓଡି଼ଶାରେ ପଞ୍ଜିକୃତ ମାଳ ମାଳ ଇଭି ପଡ଼ୋଶୀ ରାଜ୍ୟର ରାସ୍ତାରେ ଗଡୁଛି । ମାଲେମାଲ ହେଉଛନ୍ତି ଇଭି ବିକ୍ରେତା ଡିଲର । ଏମାନେ ନକଲି ଠିକଣା, ବିଲ୍‌ ଜାଲିଆତି, ଗାଡି଼ର କାଗଜପତ୍ରରେ ହେରଫେର୍‌ କରି ହଜାର ହଜାର ସଂଖ୍ୟାରେ ଇଭି ବିକିଥିବା ଅଭିଯୋଗ ହୋଇଛି ।

ବଡ଼ଗଡ଼ ଜିଲ୍ଲା ଭଟ୍‌ଲି ବ୍ଲକର ସାଗରିକା ତ୍ରିପାଠୀ ଏନେଇ ପରିବହନ ବିଭାଗରେ ଅଭିଯୋଗ କରିଥିଲେ । ସେ ୩ଟି ଇଭିର ସବିଶେଷ ତଥ୍ୟ ଦେଇଥିଲେ । ଏସବୁ ଗାଡି଼ କିଣିଥିବା ଛତିଶଗଡ଼ ବାସିନ୍ଦା ପଞ୍ଜିକରଣ ବେଳେ ଓଡି଼ଶାର ନକଲି ଠିକଣା ଦେଇଥିଲେ । ଡିଲରଙ୍କ ପକ୍ଷରୁ ଗାଡି଼ର କାଗଜପତ୍ର ଓ ବିଲ୍‌ରେ ହେର୍‌ଫେର୍‌ କରାଯାଇଥିଲା । ସାଗରିକାଙ୍କ ଅଭିଯୋଗ ମୁତାବକ, ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଚାରିଚକିଆ ଇଭି କିଣିବା ପାଇଁ ଛତିଶଗଡ଼ରେ କୌଣସି ସବ୍‌ସିଡି ମିଳୁନାହିଁ । କୌଣସି ଟିକସ ବି ଛାଡ଼ ନାହିଁ । କିନ୍ତୁ ଓଡି଼ଶାରେ ଗୋଟିଏ ଗାଡି଼ ପିଛା ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସବ୍‌ସିଡି ମିଳୁଛି । ଛତିଶଗଡ଼ ବାସିନ୍ଦା ବେଆଇନ୍‌ ଭାବେ ଇଭି କିଣିବା ପାଇଁ ଓଡି଼ଶା ମୁହାଁ ହେଉଛନ୍ତି । ସେମାନେ ଦଲାଲମାନଙ୍କ ଜରିଆରେ ନକଲି ଠିକଣା ଯୋଗାଡ଼ କରି ଗାଡି଼ କିଣୁଛନ୍ତି । 

ମୋଟରଯାନ ଆଇନ୍‌ ୧୯୮୮ ଅନୁସାରେ ଏହା ବେଆଇନ୍‌ ଓ ଓଡି଼ଶା ସରକାର ଢ଼େର୍‌ କ୍ଷତି ସହୁଛନ୍ତି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ ଦର୍ଶାଇଛନ୍ତି । ଡିଲର ଓ ଆର୍‌ଟିଓମାନେ ଅସାଧୁ ଉପାୟରେ ମାଲେମାଲ୍‌ ହେଉଥିବାର ସେ ଅଭିଯୋଗ ବାଢ଼ିଛନ୍ତି । ସେ କହିଛନ୍ତି, ଗତ ସରକାର ବେଳେ ଇଭି କିଣା ବେଳେ ପଞ୍ଜୀକରଣର କ୍ଷମତା ଡିଲରମାନଙ୍କୁ ଦିଆଯାଇଥିଲା । ଆର୍‌ଟିଓମାନେ କେବଳ ଅନୁମତି ଦେଉଛନ୍ତି । ଡିଲରମାନେ ବେପାର ଲୋଭରେ ଠିକଣା କି କାଗଜପତ୍ରର ସଠିକ୍‌ ଯାଞ୍ଚ କରୁନାହାନ୍ତି । ଏଭଳି ଅସାଧୁ ଉପାୟରେ କେତେ ପରିମାଣର ଇଭି ପଡ଼ୋଶୀ ରାଜ୍ୟକୁ ଯାଇଛି? ବାସିନ୍ଦା ଚଢ଼ୁଛନ୍ତି? ସେନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ଉଠିଛି । ଜାଲିଆତି ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର ହୋଇଉଠିଛି । ଯେଉଁମାନେ ଜାଲିଆତିରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଜାଲିଆତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିଶନର ଆଦେଶିତ ହୋଇଛନ୍ତି ।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.