ଫିରିଙ୍ଗିଆ,୩୦/୦୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ପବିଙ୍ଗିଆ ଗାଁ ରେ ମଞ୍ଚସ୍ଥ ହୋଇଛି ପୌରାଣିକ ନାଟକ ସମ୍ପୂର୍ଣ ମହାଭାରତ । ହିନ୍ଦୁ ଓ ଖ୍ରୀଷ୍ଟିୟାନ ଯୁବକମାନେ ଏକାଠି ନାଟକ ମଞ୍ଚସ୍ଥ କରି ଭାଇଚାରାର ବାର୍ତ୍ତା ଦେଇଥିଲେ।
ଗଞ୍ଜାମ ଜିଲ୍ଲାର ଜଣାଶୁଣା ପୌରାଣିକ ନାଟ୍ୟ ନିର୍ଦେଶକ ଭଗବାନ ସାହୁ ନିର୍ଦେଶନାରେ ଗାଁର କଳାକାର ମନେ ଏହି ନାଟକଟିକୁ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ଏହି ପବିଙ୍ଗିଆ ଗାଁ ପ୍ରାୟ ଷାଠିଏ ପ୍ରତିଶତ ଲୋକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବକ ବନ୍ଧୁ ମାନେ ଏହି ମହାଭାରତ ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ନାଟକ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେଇଥିଲେ। ଯାହାକି ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଥିଲା ।
ପରିଙ୍ଗିଆ ଗାଁରେ ଥିବା ଆମ୍ବେଦକର ଯୁବକ ସଂଘ ଆନୁକୂଲ୍ୟରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ନାଟକର ମ୍ୟାନେଜର ଭାଗ୍ୟ ଦିଗାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରତଙ୍ଗ ଗ୍ରାମର ମୁଖିଆ ତଥା ପାଟଭୁକ୍ତା ବିମଲ କିଶୋର ମହାକୁଡ଼ ଙ୍କ ସହ ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର, କେଳାପଡା ସରପଞ୍ଚ ସ୍ଵର୍ଣଳତା ପ୍ରଧାନ,ବିଜେଡି ବ୍ଲକ ସଭାପତି ରଜନୀକାନ୍ତ ମଳିକ, ପାଣକୁଳ ସମାଜ ସଭାପତି ଚନ୍ଦ୍ର ମୋହନ ନାଏକ,ଫିରିଙ୍ଗିଆ ଲ୍ୟାମସିଏସ ର ଏମଡି କିସାନ ଦି ଗାଲ, ପାରମ୍ପରିକ ଲୋକକଳା ସଂଘ ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ, କୁଇ ସମାଜ ସଭାପତି, ଶାନ୍ତି ସତଭାବନା ସମିତି ର ସଭାପତି ପାଉଲ ଦିଗାଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ର ଦିଗାଳଙ୍କ ସହ ନାଟ୍ୟ ସଭାପତି ସୁବଳ ଦିଗାଳ ଟହଳିଆ ନେହୁରୁ ଦିଗାଲ, ଅଧିକାରୀ ବସନ୍ତ ଦିଗାଳ, ୱାର୍ଡ ସଭ୍ୟ ସରୋଜ ଦିଗାଳଙ୍କ ସହ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।