ପ୍ରମୂଖ ଖବର
  • ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ପଡ଼ିଲା ମହଙ୍ଗା, ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
  • ||
  • ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଶେଷ ଦିନ, ୧୦ଟି ସେସନ୍‌ ଉପରେ ହେବ ଆଲୋଚନା
  • ||
  • ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ
  • ||

ରାସ୍ତା କଡରେ ଆଁ କରିଛି ଗାତ; ଖୁଣ୍ଟ ପୋତିବାକୁ ଗାତ ଖୋଳି ଛାଡିଦେଲେ ବିଏସଏନଏଲ୍ ବିଭାଗ

Published By : Ankita S | January 27, 2025 1:38 PM

ଦାରିଙ୍ଗବାଡି,୨୭/୧: ଖୁଣ୍ଟି ପୋତିବାକୁ ଗାତ ଖୋଳି ଦେଲେ । ହେଲେ ଖୁଣ୍ଟି ପୋତା ହେଲା ନା ଗାତ ବନ୍ଦ ହେଲା । ରାସ୍ତା କଡରେ ଆଁ କରି ଚାହିଁଛି ବିରାଟ ଗର୍ତ୍ତ । ବିପଦକୁ ନିମନ୍ତ୍ରଣ ଦେଉଛି ରାସ୍ତା କଡରେ ଖୋଳା ହୋଇଥିବା ଗାତ । କେଉଁ ମୂହୁର୍ତ୍ତରେ କିଛି ବି ଅଘଟଣ ଘଟିପାରେ ହେଲେ ଏ ଦିଗରେ କାହାର ନିଘା ନାହିଁ । କନ୍ଧମାଳ ଦାରିଙ୍ଗବାଡି- ବ୍ରାହ୍ମଣୀ ଗାଁ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ  ଏଭଳି କିଛି ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀ ଗାଁକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ବିଏସଏନଏଲ୍ ବିଭାଗ ବଡ଼ ବଡ଼ ଗାତ ଖୋଳି ଦେଇଛି । ଏହା ସହ ବିଏସଏନଏଲ୍ ଲେଖା ଥିବା ସିମେଣ୍ଟ ଖୁଣ୍ଟ ବି ରାସ୍ତା କଡ଼ରେ ପଡି ରହିଛି । ଗାତର ମାଟି ରାସ୍ତା ଉପରେ ଗଦା ହୋଇଛି । ରାସ୍ତାକୁ ଲାଗି ବଡ ଗାତ ଖୋଳା ହୋଇଛି । ଫଳରେ କିଛି ଦିନ ମଧ୍ୟରେ ୨ଟି ଦୁର୍ଘଟଣା ଘଟି ଲୋକେ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗାତ ପାଇଁ ବଡ ଅଘଟଣ ଘଟିପାରେ । କେତେବେଳେ ଯେ କଣ ଘଟିବ କିଛି କହି ହେବ ନାହିଁ । ହେଲେ ପୂର୍ତ୍ତ ବିଭାଗ ସବୁ ଦେଖି ଚୁପ୍ ଚାପ୍ ହୋଇ ରହିଛି । ଏଥି ପ୍ରତି ଦୃଷ୍ଟି ଦେଉ ନାହିଁ । ଫଳରେ ସଧାରଣ ଲୋକେ ହୁଅନ୍ତୁ ଅବା ପର୍ଯ୍ୟଟକ ଯାତାୟତ ବେଳେ  ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ...ଚିକିଟି ଅପହରଣ ଘଟଣା; ମୂଖ୍ୟ ଅପହରଣକାରୀର ସ୍ତ୍ରୀ ଓ ଝିଅକୁ ଜେରା, ଗଞ୍ଜେଇ ଚାଷକୁ ନେଇ ରହିଛି ଲିଙ୍କ୍

ଉକ୍ତ ରାସ୍ତା ଦେଇ ପ୍ରତିଦିନ ସହ ସହ ଗାଡ଼ି ଯାତାୟତ କରୁଛି । ଏଣୁ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ରାସ୍ତା କଡ଼ରେ ହୋଇଥିବା ଗାତ ଗୁଡ଼ିକୁ ପୋତି ଦେବାକୁ ସାଧାରଣରେ ଦାବି ହୋଇଛି । ଏପରିକି ସିମେଣ୍ଟ ଖୁଣ୍ଟ ଗୁଡ଼ିକୁ ରାସ୍ତା କଡ଼ରେ ନପୋତି ରାସ୍ତାକୁ ୨୦ ଫୁଟ ଛାଡି ପୋତିବାକୁ ଦାବି ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.