ଦାରିଙ୍ଗବାଡ଼ି,୨୦।୧: (ଆପ୍ର): ଦାରିଙ୍ଗବାଡ଼ି ତହସିଲ ବୁଡ଼ାଗୁଡ଼ା ରାଜସ୍ୱ ଅଧିନସ୍ଥ ଡେଡିମାହା ଗ୍ରାମରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଡେଡିମାହା ଗ୍ରାମର ୮୦ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲ ଜମି ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବୁଡ଼ାଗୁଡା ରାଜସ୍ବ ନୀରିକ୍ଷକ ଜଶ୍ମୀନା ପ୍ରଧାନ , ଅମିନ କାଶୀନାଥ ପ୍ରଧାନ,ଏଫଆରଏ ସେଲ୍ ର ସଂଯୋଜୋକ ଶଲ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ।