ଦାରିଙ୍ଗବାଡି,୨୪/୧ : ଦାରିଙ୍ଗବାଡି ଥାନା ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ବାସାବାଡ଼ି ଓ ସୁଜାମାଜୁ ଗ୍ରାମ ଅଞ୍ଚଳରେ ରହିଥିବା ସରକାରୀ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ପୋଲିସ ଚଢଉ କରି ୭୭ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରିଛି । ଦାରିଙ୍ଗବାଡି ତହସିଲଦାର ଶରତ ଶବରଙ୍କ ଉପସ୍ଥିତ କ୍ରମେ ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଏସଆଇ ଜୟନ୍ତ ସେଠୀ, ଏଏସଆଇ ଅର୍ଜୁନ ଶବରଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇ ଗଞ୍ଜେଇ ଗଛ ଗୁଡ଼ିକୁ କାଟି ଦେଇ ନିଆଁରେ ଜାଳି ଦେଇଥିଲେ ।
ଯାହାର ଆନୁମାନିକ ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଦାରିଙ୍ଗବାଡ଼ି ଥାନା ଅଂଚଳରେ ଯେତେ ଗଞ୍ଜେଇ କାଟିଲେ ମଧ୍ୟ ଗଞ୍ଜେଇ କଟା ସରୁ ନାହିଁ । ଆଉ କିଛି ଦିନ ପରେ ଗଞ୍ଜେଇ ଅମଳ ହେବାକୁ ଥିବା ବେଳେ ଆହୁରି ଅନେକ ଅଞ୍ଚଳରେ ଗଞ୍ଜେଇ ଚାଷ ରହିଛି । ତାକୁ ଯଦି ଯଥାଶୀଘ୍ର କଟା ନ ଯାଏ ତାହାଲେ ତାହା ଅମଳ ହୋଇଯିବ ।