ପ୍ରମୂଖ ଖବର
  • ଛତ୍ରପୁର ବ୍ଲକର ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ୍‌ ସମ୍ୱିତ ସଂଗ୍ରାମଜିତ ସାହୁ
  • ||
  • ଘଟଗାଁ : ଚଳନ୍ତା ଟ୍ରେନ୍‌ରୁ ପଡ଼ିଗଲେ ଯୁବତୀ, ଚାଲିଗଲା ଜୀବନ
  • ||
  • ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ
  • ||
  • ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବିସ୍ପୋରଣ, ୫ ମୃତ
  • ||
  • ବାରିପଦା : ସୁନା ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ବାଲିପାଟଣା : ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଆଠଗଡ଼ : ଘନ କୁହୁଡ଼ି ଯୋଗୁଁ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍, ୨ ଗୁରୁତର
  • ||
  • ଭୁବନେଶ୍ୱର : ହଂସିକାଙ୍କ ମାମଲାରେ ନୂଆ ମୋଡ଼: ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌
  • ||
  • ଗରିଆବନ୍ଧ ଏନକାଉଣ୍ଟର:୧୬ ମାଓବାଦୀଙ୍କ ମଧ୍ୟରୁ ୧୨ଜଣଙ୍କ ମିଳିଲା ପରିଚୟ
  • ||
  • ଭୁବନେଶ୍ୱର : SBI ଏଟିଏମ୍‌ ତାଡ଼ିନେଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଆରମ୍ଭ
  • ||
  • ଜୟପୁର : ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ଼
  • ||
  • କଣାସରେ ନିୟନ୍ତ୍ରଣକୁ ଆସୁନି ଝାଡ଼ାବାନ୍ତି, ଆହୁରି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ,ହସ୍ପିଟାଲରେ ଚିକିତ୍ସା ଜାରି
  • ||
  • ଟ୍ରମ୍ପ ସରକାରଙ୍କୁ ବଡ଼ ଝଟକା, ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ଆଦେଶ ଉପରେ ଲାଗିଲା ରୋକ୍
  • ||
  • ଶୁକ୍ରବାର ବସିବ ପ୍ରାକ୍ ବଜେଟ୍ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଜି.ଉଦୟଗିରି : କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ
  • ||
  • ବଜେଟ୍ ୨୦୨୫, ଆଜି ନର୍ଥ ବ୍ଲକ୍‌ରେ ଆୟୋଜିତ ହେବ ହାଲୁଆ ଉତ୍ସବ,ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ରାଜ୍ୟରେ ଆହୁରି କମିବ ଶୀତ, ୩ ଦିନ ଯାଏ ୨ ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

କ୍ୟାଣ୍ଟିନରେ ରୋଷେଇବେଳେ ନିଆଁରେ ପୋଡ଼ି ଯାଇ ଯୁବକ ଗୁରୁତର

Published By : Prameya | January 24, 2025 9:21 PM

କାଶୀପୁର,୨୪/୧ : କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ନୂଆପଡ଼ାସ୍ଥିତ ଏକ କ୍ୟାଣ୍ଟିନରେ କାମ କରୁଥିବା ଜଣେ ଯୁବକ ନିଆଁରେ ପୋଡ଼ି ଯାଇ ଗୁରୁତରଥିବା ଜଣାପଡ଼ିଛି । ଆହତ ଅବସ୍ଥାରେ ଥିବା ଯୁବକ ଜଣକ ତିନି ଦିନ ଧରି ସ୍ଥାନୀୟ ନୂଆପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଆଶୁ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥୁଆ ମୂଳ ରାମପୁର ବ୍ଲକ ମୁସ୍କଟା ଗ୍ରାମର ଅସ୍ତ ମୁଦୁଲିଙ୍କ ପୁଅ ପୁରନ୍ଦର ମୁଦୁଲି ବୋଲି ଜଣାପଡ଼ିଛି। ପୁରନ୍ଦର ଗତ କିଛି ବର୍ଷ ଧରି କ୍ୟାଣ୍ଟିନରେ ରାନ୍ଧୁଣିଆ ଭାବେ କରୁଥିବାବେଳେ କୌଣସି କାରଣରୁ ତାଙ୍କ ଦେହର ପୋଷକରେ ନିଆଁ ଲାଗିଯାଇଥିଲା । ପାଖରେ ଥିବା ଜଣେ ସାଥି ତୁରନ୍ତ ତାଙ୍କ ଦେହରୁ ପୋଷାକକୁ ଚିରିବାହାର କରିଥିଲେ । ତଥାପି ତାଙ୍କ ଶରୀରର କିଛି ଅଂଶ ପୋଡି ଯାଇଛି । ତୁରନ୍ତ ତାଙ୍କୁ  ନିକଟରେ ଥିବା ନୂଆପଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

ଖବରପାଇ ପୀଡିତଙ୍କ ପରିବାର ନୂଆପଡ଼ା ପହଞ୍ଚି ସେବା ଶୁଶ୍ରୁଷା କରୁଥିବାବେଳେ କ୍ୟାଣ୍ଟିନ ପରିଚାଳନା କରୁଥିବା ଠିକାଦାର କିମ୍ବା ଅନ୍ୟ କେହି ପୀଡିତକୁ ଦେଖିବାକୁ ଯାଇ ନ ଥିବାର ଅଭିଯୋଗ । ସୁରକ୍ଷା ଅବହେଳରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହେଉଛି । ପୁଅର ଆଶୁ ଚିକିତ୍ସାର ବ୍ୟବସ୍ଥା ପାଇଁ ପିତା ଅସ୍ତ ମୁଦୁଲି ଦାବି କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.