ପ୍ୟାରିସ,୧୦/୦୨: ସାମ୍ନାକୁ ଆସିଲା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଡିପଫେକ୍ ଭିଡିଓ । ଡିପସିକ୍ AI ଟୁଲ ବ୍ୟାନ କରିବାକୁ ଦାବି ହେଉଥିବା ବେଳେ ଫ୍ରାନ୍ସ ରାଷ୍ଚ୍ରପତି ଇମାନୁଏଲ ମାକ୍ରନ ଏକ ଡିପଫେକ୍ ୟୁଜ କରିଥିବା ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ହେଉଛି । ଆଜିଠୁ ପ୍ୟାରିସରେ ଆରମ୍ଭ ହେବାକୁ ଥିବା ଏଆଇ ଆକ୍ସନ ସମିଟର ପ୍ରୋମସନ କରିବାକୁ ଫ୍ରାନ୍ସ ରାଷ୍ଚ୍ରପତି ଇମାନୁଏଲ ମାକ୍ରନଙ୍କ ଡିପଫେକ୍ ବ୍ୟବାହାର କରିଥିବା ଏକ ଭିଡିଓ ଦେଖିବାକୁ ମିଳିଛି ।
Bien joué… pic.twitter.com/zthA2zIBja
— Emmanuel Macron (@EmmanuelMacron) February 9, 2025
ସ୍କ୍ରିନରେ ଦେଖିବାକୁ ମିଳିଛି କି, ଇମାନୁଏଲ ମାକ୍ରନ ୧୯୮୦ ହିଟ୍ ଗୀତ 'ଭୋୟାଗା ଭୋୟାଗା' ଗୀତ ଯାହାକୁ ଫ୍ରାନ୍ସ ଗାୟକ ଡିଜାଇଲେସ ଗାଇଛନ୍ତି ସେହି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଅନ୍ୟଏକ ସ୍କ୍ରିନରେ ସେ ରାପ୍ କରୁଥିବା ଦେଖିବାକୁ ମିଳିଛି । ଆଜିଠୁ ଫ୍ରାନ୍ସରେ AI ଆକ୍ସନ ସମିଟ ଆରମ୍ଭ ହୋଇଛି । ଏହାପୂର୍ବରୁ ଫ୍ରାନ୍ସ ରାଷ୍ଚ୍ରପତି ଇମାନୁଏଲ ମାକ୍ରନଙ୍କ ଡିପଫେକ ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେରେ ଘୁରି ବୁଲିଥିଲା । ଯାହାକୁ ୭୩ ହଜାର ଲୋକ ଲାଇକ କରିଛନ୍ତି । ଜଣେ ୟୁଜର୍ସ ସେଥିରେ କମେଣ୍ଟ କରିଛନ୍ତି 'ଏ କୁଲ ପ୍ରେସିଡେଣ୍ଟ' ।
ଏହା ବି ପଢନ୍ତୁ...ଆମେରିକାରେ DeepSeek ବ୍ୟାନ୍ ଦାବି ; ଆପ୍ ଡାଉନଲୋଡ କଲେ ୨୦ ବର୍ଷ ଜେଲ ଦଣ୍ଡ !
କହି ରଖୁଛୁ କି, ଡାଟା ସୁରକ୍ଷା ଲାଗି ଅଷ୍ଟ୍ରେଲିଆ, ଇଟାଲୀ ସମେତ ଅନେକ ଦେଶ ଏଆଇ ଟୁଲ ବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି । ଡିପସିକ୍ AI ଟୁଲ ବ୍ୟାନ କରିବାକୁ ଆମେରିକାର ଆଇନ୍ ନିର୍ମାତାଙ୍କ ପକ୍ଷରୁ ଦାବି ହୋଇଥିଲା । ଯଦି ଆମେରିକାରେ ଏହି ଆପକୁ କେହି ଡାଉନଲୋଡ୍ କରନ୍ତି ତେବେ ୨୦ ବର୍ଷ ଜେଲ ଦଣ୍ଡ କିମ୍ବା ୧ ମିଲିୟନ ଡଲାର ଜରିମାନା ଭରିବାକୁ ପଡିପାରେ । କିଛି ଦିନ ତଳେ ଭାରତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅଫିସ୍ କାର୍ଯ୍ୟରେ ଡିପସିକ ଓ ଚାଟ୍ ଜିପିଟି ଭଳି ଏଆଇ ଟୁଲର ବ୍ୟବହାର ନକିରବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ କହିବା ଅନୁସାରେ ଏଭଳି ଏଆଇ ଟୁଲ ସରକାରୀ ଦସ୍ତାବିଜ ଏବଂ ଡାଟା ଗୋପନୀୟତା ପାଇଁ ବିପଦ ।