ନୂଆଦିଲ୍ଲୀ : ଟେସଲା ସିଇଓ ଏଲନ ମସ୍କଙ୍କୁ ନେଇ ନିକଟରେ ଅନେକ ରିପୋର୍ଟ ଆସିଛି। ଏଥିରେ ଦାବି କରାଯାଇଛି ଯେ, ମସ୍କଙ୍କୁ ଆବଶ୍ୟକତା ଠାରୁ ଅଧିକ କ୍ଷମତା ମିଳିଛି। ସେ ନିଜ ହିସାବରେ ଯାହା ନିଷ୍ପତ୍ତି ନେବାକୁ ଚାହିଁବେ ନେଇ ପାରିବେ। କେବଳ ଏତିକି ନୁହେଁ , ସୋସିଆଲ ମିଡ଼ିଆରେ ତ ଅନେକ ଲୋକ କହୁଛନ୍ତି କି ଟ୍ରମ୍ପ କେବଳ ପ୍ରେସିଡେଣ୍ଟ ଚୌକିରେ ବସିଛନ୍ତି , ଅସଲ ପାୱାର ଓ ନିଷ୍ପତ୍ତି ନେବାର ଅଧିକାର ତ ମସ୍କଙ୍କ ପାଖରେ। ଏମିତି ଗୁଜବ ମଧ୍ୟରେ ହ୍ୱାଇଟ୍ ହାଉସ୍ ମସ୍କଙ୍କୁ ନେଇ ବଡ଼ ବୟାନ ଦେଇଛି।
ହ୍ୱାଇଟ୍ ହାଉସ୍ ଏକ କୋର୍ଟ କାଗଜପତ୍ରରେ ସ୍ପଷ୍ଟ କରିଛି କି, ଏଲନ ମସ୍କଙ୍କୁ କୌଣସି ପ୍ରକାରର ସରକାରୀ ନିଷ୍ପତ୍ତି ନେବାର ଅଧିକାର ନାହିଁ। ହାଉସ୍ ଆହୁରି କହିଛି କି, ମସ୍କଙ୍କୁ ଔପଚାରିକ ଭାବେ ସରକାରୀ ନିଷ୍ପତ୍ତି ନେବାର କ୍ଷମତା ଦିଆ ଯାଇନାହିଁ। ଏବେ ଏଥିରେ ପ୍ରଶ୍ନ ଉଠୁଛି ଯେ, ଯଦି ତାଙ୍କ ପାଖରେ କୌଣସି କ୍ଷମତା ନାହିଁ , ତ ସେ କଣ କରିବେ ? ଉଲ୍ଲେଖନୀୟ ଯେ ଏହି କାଗଜପତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ମସ୍କ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ଓ ତାଙ୍କ ନିର୍ଦ୍ଦେଶକୁ ପାଳନ କରିବାର କାମ କରି ପାରନ୍ତି।
ହ୍ୱାଇଟ୍ ହାଉସ ପ୍ରଶାସନ କାର୍ଯ୍ୟାଳୟର ନିର୍ଦ୍ଦେଶକ ଜୋଶୁଆ ଫିଶର ସ୍ପଷ୍ଟ କରିଛନ୍ତି କି, ଏଲନ ମସ୍କ ହ୍ୱାଇଟ୍ ହାଉସ୍ର ଜଣେ କର୍ମଚାରୀ , କିନ୍ତୁ ,ଜଣେ ଅସ୍ଥାୟୀ ବିଶେଷ ସରକାରୀ କର୍ମଚାରୀ ଭାବେ କରିବେ। ତାଙ୍କୁ ରାଷ୍ଟ୍ରପତିଙ୍କ ବରିଷ୍ଠ ପରାମର୍ଶଦାତା ଭୂମିକା ଦିଆ ଯାଇଛି, କିନ୍ତୁ ସେ ସ୍ୱୟଂ କୌଣସି ସରକାରୀ ନୀତି ବା ନିଷ୍ପତ୍ତି ନେଇ ପାରିବେ ନାହିଁ।
ଏଥିରେ ଏହା ମଧ୍ୟ କୁହାଯାଇଛି କି, ଅନ୍ୟ ସିନିୟର ହ୍ୱାଇଟ୍ ହାଉସ୍ ପରାମର୍ଶଦାତାଙ୍କ ପରି, ମସ୍କଙ୍କ ଭୂମିକା କେବଳ ପରାମର୍ଶ ଦେବା ଯାଏ ସୀମିତ। ଜୋଶୁଆ ଫିଶର କହିଛନ୍ତି କି, ମସ୍କ କେବଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା କାମ କରିଥାନ୍ତି , କିନ୍ତୁ ତାଙ୍କ ପାଖରେ କୌଣସି ବି ସରକାର ନିଷ୍ପତ୍ତି ଲାଗୁ କରିବାର କୌଣସି ଅଧିକାରୀ ନାହିଁ। କାଗଜପତ୍ରରେ ଏହା ମଧ୍ୟ କୁହାଯାଇଛି କି, ମସ୍କଙ୍କ କାମ ହ୍ୱାଇଟ୍ ହାଉସ୍ ଭିତରେ ଏକ ନିଶ୍ଚିତ ପରିସର ଯାଏ ହିଁ ସୀମିତ ଅଛି।