ବାଲିଗୁଡା ୧୬/୦୫: ବାଲିଗୁଡା ଅଂଚଳରେ ଏବେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବନାଞ୍ଚଳ କୁର୍ତମଗଡ ସଂରକ୍ଷିତ ଜଙ୍ଗଲର ପରମପାଙ୍ଗା ପଞ୍ଚାୟତ ଗୁମୁଡୁମାହା,ସୁକିଙ୍ଗିଆ ଟେଙ୍ଗେରି ଅଞ୍ଚଳରେ ଅଳ୍ପ କିଛି ଦିନ ହେବ ହାତୀ ଆତଙ୍କ ବୃଦ୍ଧି ପାଇଛି । କିଛି ଦିନ ହେବ ଆଠ ଟିକିଆ ହାତୀ ପୋଲ ପରମପାଙ୍ଗା ଅଞ୍ଚଳ ଜଙ୍ଗଲରେ ଚଳପ୍ରଚଳ କରୁଥିବା କୁର୍ତମଗଡ ବନରକ୍ଷୀ ସୂଚନା ଦେଇଛନ୍ତି। ହାତୀଙ୍କ ଗତିବିଧି ଉପରେ ଏବେ ତୀକ୍ଷ୍ଣ ନଜର ରହିଥିବା ସୂଚନା ଦେଇଛନ୍ତି ବନାଞ୍ଚଳ ଅଧକାରୀ କାଳୀ ଚରଣ ବେହେରା ଓ ତାଙ୍କ ଟିମ୍।

ପହଲଗାମ ଆତଙ୍କବାଦୀଙ୍କୁ ଧରାଇଦେଲେ ଶିବସେନା ଦେବ ୧୦ ଲ...