ପ୍ରମୂଖ ଖବର
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଶ୍ରମିକଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଥାନାରେ ଅଭିଯୋଗ…

Published By : Prameya | May 16, 2025 10:15 PM

ଚନ୍ଦନେଶ୍ଵର୧୬/୦୫: ଅନ୍ୟ ରାଜ୍ୟକୁ ଗଲେ କାମ କମ୍ ଟଙ୍କା ଅଧ‌ିକ। ରହିବା,ଖାଇବା ବାବଦକୁ ଖର୍ଚ୍ଚ ଦେବାକୁ ପଢିବନି। ଏଭଳି ମିଠା ମିଠା କଥା କହି ୮ ଜଣ ଗରୀବ, ନୀରିହ ଲୋକଙ୍କୁ ନେଇ ସେଠାରେ ଦିଆଯାଉଥିଲା ନାହିଁ ନଥିବା ଶରୀରିକ ଓ ମାନସିକ ନିର୍ଯ୍ୟାତନା। ପାରିଶ୍ରମିକ ମାଗିଲେ ମିଳୁଥିଲା ମାଡ। ଏଭଳି ପରିସ୍ଥିତିରେ ଏକ ମାସ କାମ କରିବା ପରେ ଆନ୍ଧ୍ରପ୍ରଦେଶରୁ ଲୁଚି ଛପି ଘରକୁ ପଳାଇ ଆସିଛତି ୬ ଜଣ ଶ୍ରମିକ । ଘରେ ପହଂଚିବା ପରେ ମିଛ ପ୍ରଲୋଭନ ଦେଖାଇ ସେଠାକୁ ନେଇଥିବା ଲୋକଙ୍କ ନାମରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ତାଳସାରୀ ସମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତା ସୋରେନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇର ଉପାନ୍ତ ଅଂଚଳରେ।

ମିଳିଥିବା ସୂଚନା ଅନୁଯାୟୀ,ଭୋଗରାଇର ହୁଗୁଳି ପଂଚାୟତ ଅଧୀନ ସାନଡଭା ଗାଁର କାର୍ତ୍ତିକ ଦଳେଇଙ୍କ ପୁଅ ରାଜୁ ଗାଁରୁ ଲୋକ ନେଇ ବହାର ରାଜ୍ୟକୁ ପଠାଇ ମାଲେମାଲ ହେଉଛନ୍ତି। ବାଲକବାଳ ଗାଁର ମନ୍ମଥ ରାଉତ, ସାନଡଭା ଗାଁର ହରିଶ୍ଚନ୍ଦ୍ର ଗିରି, ବାଡସରିଷା ଗାଁର ବାବୁଲା ମରାଣ୍ଡି, ରଥ ମରାଣ୍ଡି, ଲକ୍ଷ୍ମୀକାନ୍ତ ମାରାଣ୍ଡି, ଗାଜିପୁର ଗାଁର ସେକ ସୈଫତ ଏବଂ ଅନ୍ୟ ୨ଜଣଙ୍କୁ ଭଲ କାମ ଯୋଗାଇ ଦେବାର ପ୍ରତିଶୃତି ଦେଇ ଆନ୍ଧ୍ର ପ୍ରଦେଶର ଗୁଣ୍ଡା ପୋଲିକୁ ନେଇଥିଲେ । ଦିନକୁ ୬ଶହ ଟଙ୍କା ମଜୁରୀ ସହିତ ରହିବା ଖାଇବା ଅଲଗା । ମାତ୍ର ସେଠାରେ ପହଂଚିବା ପରେ ଏକ ଗ୍ୟାସ ସିଲିଣ୍ଡର କମ୍ପାନୀରେ କାମରେ ଲଗାଇ ଦେଲେ । ଗାଁର ସାଧାରଣ ଲୋକ ମାନେ ଏଭଳି କଠିନ କାମ କରି ପାରିବେ ନାହଁ ବୋଲି କହିବା ପରେ ଏକ ଇଟାଭାଟି କୈରଖନାରେ ଲଗାଇ ଦେଲେ । ସେଠାରେ କଠିନ ପରିଶ୍ରମ ସାଙ୍ଗକୁ ମଜୁରି ବହୁ କମ ମିଳିଲା । ପ୍ରାୟ ୧ ମାସ ସେଠାରେ କାମ କରିବା ପରେ ପାରିଶ୍ରମିକ ମାଗିବାରୁ ସେମାନଙ୍କ ରହିବା, ଖାଇବା ଟଙ୍କା କାଟିନେବା ପରେ ଏମାନଙ୍କ ପାଖରୁ କମ୍ପାନୀ ଆହୁରି ଅର୍ଥ ପାଇବ ବୋଲି ହିସାବ ଦେଖାଇଲେ । ଫଳରେ ବଧ୍ୟ ହୋଇ ସେମାନେ ସେଠାରେ କାମ ନକରି ଘରକୁ ପଳାଇ ଆସିବାକୁ ବାହାରିବା ବେଳକୁ ଅରମ୍ଭ ହୁଏ ନିର୍ଯ୍ୟାତନା।

କାମ କରୁଥିବା ମାଲିକ ସମେତ ରାଜୁ ଦଳାଇ ମୋବାଇଲ ଛଡାଇ ନେବା ସହ ଏହି ଶ୍ରମିକ ମାନଙ୍କୁ ମାଡ ମାରି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ। ଜୀବନକୁ ବଂଚାଇ ୬ ଜଣ ଲୁଚି ପଳାଇ ଆସି ଶୁକ୍ରବାର ଗାଁରେ ପହଂଚିଛନ୍ତି । ପରେ ରାଜୁ ଦଳେଇଙ୍କ ନାମରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.