ପ୍ରମୂଖ ଖବର

ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର

Published By : Rasmita Pradhan | May 17, 2025 7:45 AM

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବେତଡା ଛକର ଅନତି ଦୂରରେ ମର୍ମନ୍ତୁଦ ଦୁର୍ଘଟଣା। ଭୋଜି ଖାଇ ଫେରିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା ଚାରି ଚକିଆ ଗାଡି। ୧୦ରୁ ଉର୍ଦ୍ଧ୍ଵ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି।

ସୂଚନାନୁଯାୟୀ, ଚୂଡ଼ାମଣି ହାଟ ନିକଟରୁ ବୁଦ୍ଧିରାମ ବିଶ୍ୱାଳଙ୍କ ଝିଅର ଚତୁର୍ଥୀ ଭାର ନେଇ ରାଜକନିକା ଓଳାବର ଯାଇଥିଲେ। ଭୋଜି ଖାଇ ସମସ୍ତେ ଘରକୁ ଫେରୁଥିବା ସମୟରେ ବେତଡା ଛକ ନିକଟରେ ଚାରି ଚକିଆ ଗାଡି ଡ୍ରାଇଭର ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ଧକ୍କା ଦେଇ ନୟନଜୋରୀକୁ ଡେଇଁ ରାସ୍ତା ନିକଟରେ ଥିବା ଏକ ଘର ପାଖରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ପିଲା ଛୁଆଙ୍କ ସମେତ ୧୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଚାପି ହୋଇଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଉଠିପଡ଼ି ସେମାନଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀ ଏବଂ ଥାନାକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ସ୍ତାନାନ୍ତର କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.