ଭୁବନେଶ୍ୱର ୨୧/୦୮: ସେପ୍ଟେମ୍ୱର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ। ବଡ଼ଦେଉଳର ନାଟମଣ୍ଡପରେ ଜଗା ଦର୍ଶନ ହେବ ସହଜ। ସମ୍ପୂର୍ଣ୍ଣ ପ୍ରସ୍ତୁତି ରହିଛି ଶ୍ରୀମନ୍ଦିର ପ୍ରଶାସନ। ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କୁ ସୁରୁଖୁରୁରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସୂଚନା ଅନୁଯାଇ, ଖୁବ୍ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବା। ପରିଚାଳନା କମିଟି ଗଠନ ପରେ ପ୍ରଥମ ବୈଠକରେ ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତରଣ ନେଇ ନିଷ୍ପତ୍ତି ନିଆଯିବ। ଏହା ପରେ ତୁରନ୍ତ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ। ଫଳ ବଡ଼ଦେଉଳ ବାହାର କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବନି । ବ୍ୟାରିକଡ୍ରେ ଯାଇ ର୍ୟାମ୍ପ ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତ ରହିଛି।