ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ପଦୋନ୍ନତି ଓ ବଦଳି କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ, ୩୧ ସୁଦ୍ଧା ଚାକିରିରେ ଯୋଗ ନ ଦେଲେ ଦରମା ବନ୍ଦ

Published By : Manoj | August 22, 2025 11:09 AM

ଭୁବନେଶ୍ୱର, ୨୨/୦୮: ପଦୋନ୍ନତି ହେଉ କି ବଦଳି ହୋଇଥିବା କୃଷି ଅଧିକାରୀ ଚଳିତ ମାସ ୩୧  ତାରିଖ ସୁଦ୍ଧା ଚାକିରିରେ ଯୋଗ ଦିଅନ୍ତୁ।  ଏହା ନହେଲେ ସମ୍ପୃକ୍ତ ଅଧିକାରୀଙ୍କର ସେପ୍ଟେମ୍ବର ମାସରେ ଦରମା ବନ୍ଦ କରି  ଦିଆଯିବ । କୃଷି ବିଭାଗ ପକ୍ଷରୁ ଏଭଳି  ନିର୍ଦ୍ଦେଶ ଦିଆଯାଇଛି । 

କୃଷି ବିଭାଗ  ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର  ପାଢୀ ଏକ ଆଦେଶନାମା ଜାରିକରି  ଉଲ୍ଲେଖ କରିଛନ୍ତି ଯେ, ଅଧିକାରୀମାନେ  ବିଳମ୍ୱ ନ କରି ସେମାନଙ୍କର ନିଯୁକ୍ତ  ସ୍ଥାନରେ ଯୋଗ ଦେବା ଉଚିତ ।  କୌଣସି ପରିସ୍ଥିତିରେ ସରକାରୀ  ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ  ରଖାଯିବ ନାହିଁ । ନିଯୁକ୍ତି ଆଦେଶର  ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ  ପ୍ରଭାବ ଆଣିବାର ପ୍ରୟାସ କଲେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ପ୍ରମୁଖ ସଚିବ ଚେତାବନୀ  ଦେଇଛନ୍ତି । କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର  ପ୍ରତିଷ୍ଠାନର ମୁଖ୍ୟଙ୍କ ସମେତ ସମସ୍ତ  ଅଧିକାରୀମାନଙ୍କୁ ଆଦେଶ ପାଳନ  ଉପରେ ନଜର ରଖିବାକୁ ଏବଂ  କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ  ଯୋଗ ଦେଉନଥିଲେ ଏହା ବିଭାଗକୁ  ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.