ଭୁବନେଶ୍ବର,୨୨/୮ : ଛାତ୍ରୀକୁ ନିର୍ଯାତନା ଘଟଣାରେ ପ୍ରଧାନଶିକ୍ଷକ ସସପେଣ୍ଡ । ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ୍ ଶ୍ରେଣୀଗୃହରେ ତାଲା ପକାଇ ପଳାଇଥିଲେ ସ୍କୁଲ କର୍ତ୍ତୃପକ୍ଷ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଘଟଣା। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୌରହରି ମହାନ୍ତ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆକ୍ସନ ନେଲେ ବିଇଓ ।
ପ୍ରକାଶ ଯେ, କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀକୁ ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ୍ ଶ୍ରେଣୀଗୃହରେ ତାଲା ପକାଇ ପଳାଇ ଥିଲେ ସ୍କୁଲ କର୍ତ୍ତୃପକ୍ଷ । ତାକୁ ଆଜି ସକାଳେ ପରିବାର ଓ ଗାଁ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସ୍କୁଲରୁ ନ ଫେରିବାରୁ ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ l ପରେ ଆଜି ସ୍କୁଲ ରୋଷେୟା ଆସି ସକାଳ ୯ଟାରେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀଗୃହର ଝରକା ରେଲିଂରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା l ଝିଅଟି ବାହାରିବାକୁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେ ବି ଗୋଡ ଦୁଇଟି ବାହାରି ଥିବାବେଳେ ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ଲଟକି ରହି ରାତି ସାରା କଷ୍ଟ ପାଇଥିଲା l ପରେ ପରିବାର ଲୋକ ଏବଂ ଗ୍ରାମବାସୀ ଝିଅଟିକୁ ଏପରି ଅବସ୍ଥାରେ ଦେଖିବା ପରେ ଗାଁରେ ରହୁଥିବା ରୋଷେୟାଠାରୁ ଚାବି ଆଣି ଶ୍ରେଣୀଗୃହର କବାଟ ଖୋଲି ଝରକାର ଲୁହାକୁ ବଙ୍କା କରି ଝିଅକୁ ଉଦ୍ଧାର କରିଥିଲେ ।