ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ମହଙ୍ଗା ପଡ଼ିଲା ଥର୍‌ରେ ଷ୍ଟଣ୍ଟ, ଯୁବକଙ୍କୁ ୧୭ହଜାର ୫ଶହ ଫାଇନ୍‌

Published By : Manoj | August 22, 2025 9:55 AM

ସମ୍ବଲପୁର୨୨/୮ : ଜାତୀୟ ରାଜପଥରେ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା। ଥର୍ ଗାଡ଼ିମାଲିକଙ୍କୁ ୧୭୫୦୦ ଟଙ୍କାର କଟିଲା ଫାଇନ୍। ଜାତୀୟ ରାଜପଥରେ ଷ୍ଟଣ୍ଟ  ଦେଖାଇଥିବା ଅଭିଯୋଗରେ ବରଗଡ଼ ଆଞ୍ଚଳିକ ପରିବହନ  ଅଧିକାରୀ ଅତାବିରା ଅଞ୍ଚଳର ରମଣୀ ଦନ୍ତାଙ୍କୁ ୧୭୫୦୦ ଟଙ୍କାର ଜରିମାନା କରିଥିବା ଜଣାପଡ଼ିଛି । 

ଗାଡ଼ି ମାଲିକ ଆକାଶ  ସ୍ୱାଇଁଙ୍କ ନାମରେ ଥିବା ଓଡ଼ି-୧୯-ଏବି-୧୦୧୦ ନମ୍ବର ବିଶିଷ୍ଟ  ଏକ କଳାରଙ୍ଗର ମହିନ୍ଦ୍ରା ଥର ଗାଡ଼ି ଧରି ରମଣୀ ଜାତୀୟ  ରାଜପଥର ରୋଡ଼ ଡ଼ିଭାଇଡ଼ର ନଥିବା ଏକ ଜାଗାରେ ରାସ୍ତା ପାରି  କରୁଥିଲେ । ହାତଛାଡ଼ି ଡ୍ରାଇଭ କରିଥିବା ରମଣୀ ସୁଟିଂ କରିଥିବା ଭିଡ଼ିଓ ଫୁଟେଜକୁ ନଜେ ନିଜ ସୋସିଏଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହାକୁ ଦେଖି ଏନଭାଇରନମେଂଟାଲ ଏଣ୍ଡ କ୍ଲାଇମେଟ ସ୍ୱେଚ୍ଛାସେବୀ ସଂସ୍ଥାର ଜଣେ ସାମାଜିକ କର୍ମୀ ଟୁଇଟ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ରାଜ୍ୟ ପରିବହନ ବିଭାଗ, ବରଗଡ଼ ପୁଲିସ, ବରଗଡ଼ ଆରଟିଓ, ବରଗଡ଼ ଜିଲ୍ଲାପାଳ,  ଉତ୍ତରାଂଚଳ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାକୁ  ନେଇ ସରକାର ଯାଞ୍ଚ ପାଇଁ ଆଦେଶ ଦେଲା ପରେ ବରଗଡ଼  ଆରଟିଓ ସାବୁଆ ମାଝି ଯାଂଚରୁ ତୃଟି ପାଇ ବେଆଇନ ଷ୍ଟଷ୍ଟ  କରୁଥିବା ରମଣୀ ଦନ୍ତାଙ୍କୁ ଟ୍ରାଫିକ ଚାଲାଣ ନମ୍ବର ଓଆର-୧୭୭୦୩୩୨୫୦୮୨୦୧୦୩୧୪୦ରେ ନୋଟିସ କରିଥିଲେ ।  

ମୋଟର ଭେଇକିଲ ଆକ୍ଟ ୧୭୭ ଜେନେରାଲ ଅଫେନ୍‌ସରେ  ୫୦୦ ଟଙ୍କା, ୧୭୯-୧ ଡ଼ିସଓବିଡ଼ିଏନ୍‌ସ ଅଫ ଅର୍ଡର  ଏନଫୋର୍ସମୋଂଟ ଅଥରିଟି ପାଇଁ ୨୦୦୦ ଟଙ୍କା, ୧୮୦ ଭେଲିଡ଼  ଡ଼ିଏଲ ନଥିବାରୁ ୫ ହଜାର ଟଙ୍କା, ୧୮୪ରେ ବିପଦପୂର୍ଣ୍ଣ  ଡ୍ରାଇଭିଙ୍ଗ ପାଇଁ ୫୦୦୦ ଟଙ୍କା, ୧୮୧ରେ ୫୦୦୦ ଟଙ୍କାକୁ  ନେଇ ମୋଟ ୧୭୫୦୦ ଟଙ୍କା ଫାଇନ କରିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.