ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଜନଜାତି ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ ପୂରଣ କଲା ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ

Published By : Gurupada Nath | August 22, 2025 7:24 PM

ଫୁଲବାଣୀ,ଫିରିଙ୍ଗିଆ,୨୨/୮ : ସରକାରଙ୍କ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ଜନଜାତିଙ୍କ ରୋଜଗାର ବୃଦ୍ଧି ଦିଗରେ କୃଷି ଓ ଉଦ୍ୟୋଗୀ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆକି ଫିରିଙ୍ଗିଆ ବ୍ଲକର ଡିଣ୍ଡିରାଗାଁ ପଂଚାୟତା ଅନ୍ତର୍ଗତ ଟେଲାପାଲି ଗ୍ରାମର ବାମନ ଚରଣ କହଁରଙ୍କ ଭଳି ଯୁବ ଉଦ୍ୟୋଗୀ ନିଜର ପିଲାଦିନର ସ୍ୱପ୍ନ ବାସ୍ତବରେ ପରିଣତି କରିପାରିଛନ୍ତି । ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ବାନାମ୍ବରଙ୍କ ସ୍ୱପ୍ନକୁ ଏକ  ବାସ୍ତବ ରୁପ ଦେଇପାରିଛନ୍ତି । 

ଅଗଷ୍ଟ ୨୦ତାରିଖ ବାନାମ୍ବର ଏହି କାରକୁ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପ୍ରଶାସକ ଗଦାଧର ପାତ୍ର , ସହଯୋଗୀ ଅନୁଷ୍ଠାନ ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଓ ସଂପାଦକ ଇଂ ହରିଶଙ୍କର ରାଉତ, ମିଶନର କର୍ମକର୍ତ୍ତା ଶୁଭଶ୍ରୀ ମହାନ୍ତି, ଗୁପ୍ତା ଖିଲାର, ଶ୍ରୀପତି ପାତ୍ର ଓ ଅନ୍ୟକର୍ମକର୍ତ୍ତା ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଡିଣ୍ଡିରାଗାଁ ପଂଚାୟତର ୩ଟି ଗ୍ରାମ ଯଥା ବୁଦୁଲି, ଗଞ୍ଜୁଖୋଲ ଓ ଟେଲାପାଲିକୁ ନେଇ ଧରଣୀ ପେନୁ ଜନଜାତି ଜୀବିକା ପରିଷଦ ଗଠନ କରାଯାଇଛି । ବାନାମ୍ବର ଏହି ପରିଷଦରେ ଶିକ୍ଷିତ ବେକାର ଯୁବକ ଅଟନ୍ତି । ଦୀର୍ଘ କିଛି ବର୍ଷ ହେବ ବାନାମ୍ବର ଗୋଟେ କାର କିଣିବା ପାଇଁ ସବୁବେଳେ ସ୍ୱପ୍ନ ଦେଖୁଥାଏ । କିପରି ସୁଲଭ ମୂଲ୍ୟରେ ନିଜ ଅଂଚଳର ଲୋକମାନଙ୍କୁ ସେବା ସହିତ, ନିଜେ ରୋଜଗାର କ୍ଷମ ହୋଇପାରିବ ତାକୁ ସବୁ ବେଳେ ବିଚଳିତ କରୁଥିଲା । 

ପରିଷଦ ମାଧ୍ୟମରେ ତାଙ୍କୁ ଯୁବ ଉଦ୍ୟୋଗ ହିସାବରେ ଚୟନ କରାଗଲା ଓ ମୁଳ ପାଣ୍ଠି ୧,୦୦,୦୦୦ଟଙ୍କା ପ୍ରଦାନ ପାଇଁ ସୁପାରିଶ କରାଯାଇଥିଲା। ଶେଷରେ ନିଜସ୍ୱ ପାଣ୍ଠି ମିଶାଇ କିସ୍ତି ହିସାବରେ ଏକ କାର କିଣିପାରିଲା । ବେକାରୀ ଶିଖିତ ଯୁବକଯୁବତୀ ପାଖାପାଖି ୯୦ଜଣକୁ ମିଶନ ତରଫରୁ ଗତ ୩ବର୍ଷ ହେବ ସହଯୋଗ ପ୍ରଦାନ କରିଆସୁଛି ।   ବାନାମ୍ବରଙ୍କ ବଳିଷ୍ଠ ଉଦ୍ୟମ ତାଙ୍କୁ ସଫଳ ଉଦ୍ୟୋଗୀ କରିବ ବୋଲି ପ୍ରକଳ୍ପ ପ୍ରଶାସକ କହିଥିଲାବେଳେ ସ୍ୱାତୀର ଅଧ୍ୟକ୍ଷ ଏଭଳି ବେକାର ଯୁବକ ଓ ଯୁବତୀ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ବେକାରୀ ଜନଜାତିଙ୍କ ପାଇଁ ଆଦର୍ଶ ହୋଇପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଜୈବିକ ସାର, ଔଷଧ ଓ ବିହନ ପ୍ରଦାନ କରି ନୂଆ ଧରଣର ଚାଷ କରି ଅଧିକ ଉପାର୍ଜନ କରି କିପରି ଆର୍ଥିକ ସ୍ୱଛଳ ଦିଗରେ ଗତି କରିବେ ଏହି ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଅଟେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.