ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଲା ପକାଇ ଚାଲିଗଲେ ସାର୍; ସାରା ରାତି ସ୍କୁଲରେ ଅଟକ

Published By : Rasmita Pradhan | August 22, 2025 11:55 AM

କେନ୍ଦୁଝର, ୨୨/୦୮ : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ଚାଲିଗଲେ ସାର୍। ରାତି ସାରା ସ୍କୁଲରେ ଅଟକ ରହିଲେ ଛାତ୍ରୀ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ସ୍କୁଲ ଛୁଟି ହେବା ପରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ସ୍କୁଲ ଭିତରେ ରହିଯାଇଥିଲେ। ଶିକ୍ଷକମାନେ ଭଲ ଭାବରେ ଯାଞ୍ଚ ନକରି ସ୍କୁଲରେ ତାଲା ପକାଇ ଚାଲିଯାଇଥିଲେ। ସେପଟେ ଛାତ୍ରୀଙ୍କୁ ନପାଇ ପରିବାର ଲୋକେ ରାତିସାରା ଖୋଜାଖୋଜି କରି ନିରାଶ ହୋଇଥିଲେ। ଏପଟେ ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଝରକାରେ ଅଟକି ରାତିସାରା ଲହୁ ଲୁହାଣ ଅବସ୍ଥାରେ ପଡି ରହିଥିଲେ। ଆଜି ଅସୁସ୍ଥ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଚଳାଇଛି।     



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.