ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା, ୯ଟି ନୂଆ ଏନ୍‌ଏସିକୁ ମିଳିପାରେ ମାନ୍ୟତା

Published By : Manoj | August 22, 2025 9:16 AM

ଭୁବନେଶ୍ୱର,୨୨/୦୮: ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବଡ଼  ଘୋଷଣା କରିବେ ରାଜ୍ୟ ସରକାର । ଆସନ୍ତା ୩୧ରେ ୯ଟି ନୂଆ ବିଜ୍ଞାପିତ ଅଞ୍ଚଳ  ପରିଷଦ (ଏନ୍‌ଏସି) ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ  ମନ୍ତ୍ରୀ ଡା.କୃଷ୍ଣଚନ୍ଦ୍ର ମହାପାତ୍ର । 

ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସ୍ୱାଧୀନତା  ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ୨୧ଟି ଏନ୍‌ଏସି ଗଠନ ନେଇ ଘୋଷଣା  କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ୧୨ଟି ଏନ୍‌ଏସି ନେଇ ବିଜ୍ଞପ୍ତି ଜାରି  ହୋଇସାରିଛି । ବାକି ଥିବା ୯ଟି ଏନ୍‌ଏସି ଘୋଷଣା ନେଇ ସବୁ ପ୍ରସ୍ତୁତି ସରିଛି । ସ୍ୱାୟତ୍ତ ଶାସନ ଦିବସରେ ଏ ନେଇ ଘୋଷଣା ହେବ । 

ମନ୍ତ୍ରୀ ଡା. ମହାପାତ୍ର କହିଛନ୍ତି,  ସହରୀକରଣ ଅଭିବୃଦ୍ଧିରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛୁଆ ରହିଛି ।  ନୂଆ ସରକାର ଆସିବା ପରେ ସହରୀକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକେ ସହରରେ  ବସବାସ କରିବା ସହ ସହରୀ ସୁବିଧା ଚାହାନ୍ତି । ହେଲେ ନୂଆ ଏନ୍‌ଏସି ଘୋଷଣା  ପାଇଁ ଅନେକ ପ୍ରକ୍ରିୟା ସରିଛି । ବିଭିନ୍ନ ସର୍ତ୍ତାବଳୀ ପୂରଣ କରିବା ସହ ଜିଲ୍ଲାପାଳଙ୍କ  ରିପୋର୍ଟ, ନଗର ଉନ୍ନୟନ ବିଭାଗର ତର୍ଜମା, ପଞ୍ଚାୟତିରାଜ ବିଭାଗର କ୍ଲିୟରାନ୍ସ  ଆଦି ପ୍ରକ୍ରିୟା ଦେଇ ଯିବାକୁ ହେବ । ଲୋକଙ୍କ ମତାମତ ଓ ଆପତ୍ତି ଅଭିଯୋଗକୁ ବି  ଗୁରୁତ୍ୱ ଦିଆଯାଉଛି। ସବୁ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରିବା ସହ ପ୍ରକ୍ରିୟା ପୂରଣ  କରୁଥିଲେ ନୂଆ ଏନ୍‌ଏସି ମାନ୍ୟତା ମିଳିବ । ସେହିପରି ଯେଉଁ ଏନ୍‌ଏସି ମ୍ୟୁନିସିପାଲିଟି  ହେବାକୁ ଯୋଗ୍ୟ ହେଉଥିବେ, ସେ ଦିଗରେ ବି ପଦକ୍ଷେପ ବିଚାର କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.