ଛେଣ୍ଡିପଦା, ୩୦।୫ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳରେ ହାତୀ ଆତଙ୍କ। ଆମ୍ବ ଗୋଟାଇବାକୁ ଯାଇଥିବା ଜଣେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା। ଶନିବାର ଭୋରରେ ଛେଣ୍ଡିପଦା ବ୍ଲକ କଣଲୋଇ ଭାଗମୁଣ୍ଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ସେହି ଗ୍ରାମର ପ୍ରସନ୍ନ ନାଏକ(୬୫ ବର୍ଷ) ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଶନିବାର ଭୋର ୫ଟା ସମୟରେ ପ୍ରସନ୍ନ ନାଏକ ଘର ପାଖରେ ଥିବା ଆମ୍ବ ବୋରିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଏକ ଦନ୍ତା ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରସନ୍ନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।