ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

କିଏ ହେବେ ମୁଖ୍ୟମନ୍ତ୍ରୀ ? ଆଗାମୀ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ‘ଗୃହ ମନ୍ତ୍ରାଳୟ’ ଦାବି କଲା ସିନ୍ଦେଙ୍କ ଶିବସେନା

Published By : Tapas Panda | November 30, 2024 5:34 PM

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାନାଟକ । ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ୬ ଦିନରୁ ଅଧିକ ବିତିଲାଣି କିନ୍ତୁ ସରକାର ଗଠନ ହୋଇପାରୁ ନାହିଁ । ୨୦୨୪ ବିଧାନସଭା ନିର୍ବାଚନରେ ମହାୟୁତିକୁ ବଡ଼ ସଫଳତା ମିଳିଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଝା ଜାରି ରହିଛି । ବଡ଼ଭାଇ ବୋଲାଉଥିବା ବିଜେପି ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ପୁରା ଦମ୍‌ରେ ଲାଗିଥିବା ବେଳେ ଏକନାଥ ସିନ୍ଦେ ମଧ୍ୟ ଏହାର ଫାଇଦା ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତିକୁ ବିରୋଧ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିବା ସିନ୍ଦେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ନେବାକୁ ଦାବି କରିଛନ୍ତି । ଶିବେସନା ପକ୍ଷରୁ ଆନୁଷ୍ଠାନିକ ଭାବରେ ଗୃହ ମନ୍ତ୍ରାଳୟ ଦାବି ନେବାକୁ ଦାବି ହୋଇଛି । ଏହା ଖୋଦ ଏକନାଥ ସିନ୍ଦେଙ୍କ ଦାବି ବୋଲି କହିଛି ଦଳ । ସେପଟେ ଦେବେନ୍ଦ୍ର ଫଡ଼ନାଭିସ୍‌ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କ ପାଇଁ ଗୃହ ମନ୍ତ୍ରାଳୟ କେତେ ଜରୁରି ତାହା ଭଲଭାବେ ଜାଣିଛି ବିଜେପି ।  ହେଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମହାୟୁତିର ୩ ନେତା ଫଡ଼ନାଭିସ୍, ସିନ୍ଦେ ଏବଂ ପାଓ୍ବାର ଭେଟିବା ପରେ ମଧ୍ୟ କୌଣସି ସ୍ପଷ୍ଟ ସମୀକରଣ ସାମ୍ନାକୁ ଆସିପାରି ନାହିଁ । 

ଏହା ପୂର୍ବରୁ ଏକନାଥ ସିନ୍ଦେ କହିଥିଲେ, ଆଲୋଚନା ଚାଲିଛି, ଦିନେ କି ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଜଣା ପଡ଼ିଯିବ । ପ୍ରଧାନମନ୍ତ୍ରୀ ମୋଦୀ ଯାହା ନିଷ୍ପତ୍ତି ନେବେ ତାକୁ ସ୍ବୀକାର କରିବି । ମୋ ପାଇଁ ‘ପ୍ରିୟର ଭାଇ’ ଉପାଧି ଅନ୍ୟ କେଉଁ ପଦବୀ ଠାରୁ ବହୁତ ବଡ଼ ବୋଲି ସିନ୍ଦେ କହିଥିଲେ । ଏସବୁ ଭିତରେ ମହାୟୁତି ସରକାରରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିବାକୁ ଥିବା ବେଳେ ୧୭ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିପାରେ । ଏକନାଥ ସିନ୍ଦେଙ୍କ ଶିବସେନାକୁ ୯ କ୍ୟାବିନେଟ୍‌ ମନ୍ତ୍ରୀ ପଦ ଏବଂ ଅଜିତ ପାଓ୍ବାରଙ୍କ ଏନସିପିକୁ ୭ କ୍ୟାବିନେଟ୍‌ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.