ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ମହାରାଷ୍ଟ୍ରରେ ଗାଈକୁ ମିଳିଲା ‘ରାଜ୍ୟ ମାତା’ର ମାନ୍ୟତା , ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାରଙ୍କ ବଡ଼ ନିଷ୍ପତ୍ତି

ମୁମ୍ୱାଇ : ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱର ସରକାର ଗାଈକୁ ‘ରାଜ୍ୟ ମାତା’ ଭାବେ ଘୋଷିତ କରିଛନ୍ତି। ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ନିଆ ଯାଇଥିବା ଏହି ନିଷ୍ପତ୍ତିକୁ ହିନ୍ଦୁତ୍ୱ ନାମରେ ଲୋକଙ୍କୁ ଆକର୍ଷିତ କରିବା କଥା କୁହାଯାଉଛି। ସରକାରଙ୍କ କହିବାନୁସାରେ , ଭାରତର ସଂସ୍କୃତି ଓ ହିନ୍ଦୁତ୍ୱରେ ଗାଈର ବଡ଼ ମହିମା ରହିଛି। ଏଥିପାଇଁ ଗାଈର ସଂରକ୍ଷଣ କରାଯାଉଛି। ଏଥିପାଇଁ ଏହାକୁ ରାଜ୍ୟ ମାତାର ମାନ୍ୟତା ଦିଆ ଯାଉଛି। ଏହାର ଘୋଷଣା କରି ଡେପୁଟୀ ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ କହିଛନ୍ତି , ଦେଶୀ ଗାଈ ଆମ କୃଷକଙ୍କ ପାଇଁ ବରଦାନ। ଏଥିପାଇଁ ଆମେ ସେମାନଙ୍କୁ ରାଜ୍ୟ ମାତାର ମାନ୍ୟତା ଦେବାର ନିଷ୍ପତ୍ତି ନେଇଛୁ। ଆମେ ଏହା ମଧ୍ୟ ନିଷ୍ପତ୍ତି ନେଇଛୁ କି, ଗୋଶାଳା ଗୁଡ଼ିକରେ ଗାଈର ସଂରକ୍ଷଣର ବ୍ୟବସ୍ଥା କରାଯାଉ । ଏଥିପାଇଁ ସରକାର ଯଥା ସମ୍ଭବ ପ୍ରୟାସ କରିବେ। 

ଏହି ସମ୍ୱନ୍ଧରେ ରାଜ୍ୟର ଡାଏରୀ ବିକାଶ ବିଭାଗ ପକ୍ଷରୁ ନୋଟିଫିକେସନ ମଧ୍ୟ ଜାରି ହୋଇଛି। ଏଥିରେ କୁହାଯାଇଛି କି ପ୍ରାଚୀନ କାଳରୁ ହିଁ ଭାରତରେ ଲୋକଙ୍କ ଜୀବନରେ ଗାଈର ପ୍ରମୁଖ ସ୍ଥାନ ରହିଛି। ଏହି ନୋଟିଫିକେସନରେ କୁହାଯାଇଛି କି ଗାଈର ବୈଜ୍ଞାନିକ, ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଏଥିପାଇଁ ଗାଈକୁ କାମଧେନୁ କୁହାଯାଏ। ମରାଠାୱାଡାରେ ଗାଈର ଅନେକ ଦେଶୀୟ ବ୍ରିଡ୍‌ ରହିଛି। ଯାହାକୁ ମରାଠୱାଡାରେ ଦେୱନୀ ଓ ନାଲି କନ୍ଧାରୀ। ଏହା ବ୍ୟତୀତ ପଶ୍ଚିମ ମହାରାଷ୍ଟ୍ରରେ ଖିଲ୍ଲର ଓ ଉତ୍ତର ମହାରାଷ୍ଟ୍ରରେ ଡାଙ୍ଗି ବ୍ରିଡ୍‌ର ଗାଈ ରହିଛି।

ଡାଏରୀ ବିଭାଗ ନିଜ ଆଦେଶରେ କହିଛି ଯେ, ରାଜ୍ୟରେ ଖୁବ୍‌ ଜୋରରେ ଦେଶୀ ଗାଈଙ୍କ ବ୍ରିଡ୍‌ ହ୍ରାସ ପାଉଛି। ଏଥିପାଇଁ ଏହା ଜରୁରୀ କି ଏହାର ସଂରକ୍ଷଣ କରାଯାଉ। ବିଭାଗ ପକ୍ଷରୁ କୁହାଯାଇଛି କି , ଦେଶୀ ଗାଈର ଆମ ଡାଏଟିରେ ମଧ୍ୟ ମହତ୍ତ୍ୱ ରହିଛି। ଘିଅରୁ ନେଇ ଗୋବର, ମୂତ୍ର ଯାଏ ବ୍ୟବହାର ଆୟୁର୍ବେଦରେ କୁହାଯାଇଛି। ଏଥିପାଇଁ ଗାଈକୁ ଆମେ ରାଜ୍ୟ ମାତାର ମାନ୍ୟତା ଦେଉଛୁ। ସରକାର କ୍ୟାବିନେଟ୍‌ ମିଟିଂ ବେଳେ ଗାଈର ସଂରକ୍ଷଣ ପାଇଁ ଏକ ସ୍କିମ୍‌ର ମଧ୍ୟ ଘୋଷଣା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.