ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଗାଣ ବର୍ଷା ଯୋଗୁଁ ଧସିଲା ପାହାଡ, ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ

କାଲିମେଳା,୨୨/୦୭: କାଲିମେଳା ବ୍ଲକରେ ଲଗାଣ ବର୍ଷା । ଗତ ୪ଦିନ ହେଲା ବର୍ଷା ଲାଗି ରହିଥିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ। ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ପାହାଡ ଧସିବାରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ୍ ।                                                                                                                                     ସୂଚନା ଅନୁଯାୟୀ, ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲାଗି ରହିଛି ବର୍ଷା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ପ୍ରବଳ ବର୍ଷାରେ ଗତ ଶନିବାର ରାତିରେ ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯାଇଥିଲା । ଏହି କାରଣରୁ ୩ଦିନ ହେଲା ଜାତୀୟ ରାଜପଥ ବନ୍ଦ ହୋଇ ରହିଛି । ଯାନବାହନ ଚଳାଚଳ ବନ୍ଦ ହେତୁ କାଲିମେଳା ବ୍ଲକର ବଡ଼ିଗେଟା ଗ୍ରାମ ପଞ୍ଚାୟତ ସହିତ ଭେଜାଙ୍ଗିୱାଡା ଗ୍ରାମ ପଞ୍ଚାୟତ ଗାଁମାନଙ୍କ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ମାରିଗେଟା, କୁରୁବ, ଟେକଗୁଡା, ଟେକଗୁଡା କଲୋନୀ, ଟେକଗୁଡା -ଏ, ଓ ଟେକଗୁଡ଼ା -ବି ଇତ୍ୟାଦି ବଡ଼ିଗେଟା ଗ୍ରାମ ପଞ୍ଚାୟତ ଗାଁମାନଙ୍କ ସହିତ ଭେଜାଙ୍ଗିୱାଡା ଗ୍ରାମ ପଞ୍ଚାୟତର ବଡ଼ିଲି କୁରକୁଣ୍ଡି, ଭେଜାଙ୍ଗିୱାଡା ପଞ୍ଚାୟତ ସହିତ ଯୋଗାଯୋଗ ବନ୍ଦ ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.