ପ୍ରମୂଖ ଖବର
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଡ୍ରଗ୍ସ ମାଫିଆ ସୁନିଲ ଯାଦବକୁ ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

Published By : Prameya | December 24, 2024 4:16 PM

ନୂଆଦିଲ୍ଲୀ,୨୪।୧୨: ପଞ୍ଜାବର ଡ୍ରଗ୍ସ ମାଫିଆ ସୁନୀଲ ଯାଦବ ଓରଫ ଗୋଲିକୁ ହତ୍ୟା।ଆମେରିକାର କାଲିଫର୍ଣ୍ଣିଆରେ ଶୁଟ୍‌ ଆଉଟ୍‌। ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଡ୍ରଗ୍ସ କାରବାର ମାମଲାରେ ସୁନୀଲର ହାତ ଥିଲା ଖୁବ୍ ଲମ୍ବା। ଦୁବାଇ ପରେ ୟୁଏସ୍‌ଏ ଯାଏଁ ତା’ର କାରବାରର ଲମ୍ବିଥିଲା ଚେର। ସୁନୀଲ ବିରୋଧରେ ରାଜସ୍ଥାନ ପୋଲିସ ଜାରି କରିଥିଲା ରେଡ୍‌ କର୍ଣ୍ଣର ନୋଟିସ୍‌।

ଡ୍ରଗ୍ସ ମାଫିଆ ସୁନିଲ ଯାଦବ ଓରଫ ଗୋଲିକୁ ଆମେରିକାରେ ହତ୍ୟା। ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର ଓ ରୋହିତ ଗୋଦରା କାର୍ଲିଫର୍ଣ୍ଣିଆରେ କରିଛନ୍ତି ହତ୍ୟା। ସୁନିଲ ମଧ୍ୟ ଦିନେ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ଥିଲା। ପାକିସ୍ତାନରୁ ଭାରତ ଡ୍ରଗ୍ସ ଆଣିବାରେ ତା’ର ରହିଥିଲା ବଡ଼ ଭୂମିକା। ରୋହିତ ଗୋଦାରା  ଏନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଛି। ରୋହିତ କହିଛି ସୁନୀଲ ପଞ୍ଜାବ ପୋଲିସ ସହ ମିଶି ଆମର ପ୍ରିୟ ଭାଇ ଅଙ୍କିତ ଭଦୁରକୁ ଏନକାଉଣ୍ଟର କରିଥିଲା। ଏହାର ପ୍ରତିଶୋଧ ନିଆଯାଇଛି। ଆଉ ଯେଉଁମାନେ ଏଥିରେ ସାମିଲ ଅଛନ୍ତି, ସମସ୍ତଙ୍କ ହିସାବ ହେବ। ପ୍ରାୟ ୨ ବର୍ଷ ପୂର୍ବେ ଏକ ନକଲି ପାସପୋର୍ଟ ଜରିଆରେ ସୁନୀଲ  ଆମେରିକା ପଳାଇଥିଲା। ପୂର୍ବରୁ ଗଙ୍ଗନଗର  ପଙ୍କଜ ସୋନି ହତ୍ୟା ମାମଲାରେ ସୁନୀଲକୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା। ଏପରିକି ଅନେକ ମାମଲା ତା’ ନାଁ ରାଜସ୍ଥାନରେ ରହିଛି।ଯାହାର ଏବେ ବି ଯାଞ୍ଚ ଚାଲିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.