ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

୨ ସପ୍ତାହରେ ଦ୍ୱିତୀୟ ଘଟଣା, ୭୦୦ ଫୁଟ୍‌ ବୋରୱେଲରେ ଫସିରହିଛି ଶିଶୁ

Published By : Prameya | December 25, 2024 10:34 AM

ଜୟପୁର, ୨୫।୧୨: ରାଜସ୍ଥାନର କୋଟପୁତଲି-ବେହରର ଜିଲ୍ଲାରେ ପ୍ରାୟ ୭୦୦ ଫୁଟ୍‌ ଗଭୀର ବୋରୱେଲରେ ଜଣେ ୩ ବର୍ଷୀୟା ଶିଶୁ କନ୍ୟା ସୋମବାରଠାରୁ ଫସିରହିଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ର ଶତ ଚେଷ୍ଟା ପରେ ବି ଶିଶୁଟିକୁ ଉଦ୍ଧାର କରାଯାଇପାରିନାହିଁ । ଦେଶୀ ଯୋଗାଡ଼ ଏବଂ ଅନ୍ୟ ମାଧ୍ୟମରେ ଖବରଲେଖା ହେବା ସୁଦ୍ଧା ମାତ୍ର ୩୦ ଫୁଟ୍‌ ପର୍ଯ୍ୟନ୍ତ ହିଁ ଖୋଳାଯାଇଛି । ଭିତରକୁ ପଠାଯାଇଥିବା କ୍ୟାମେରାରେ ବି ଶିଶୁର ଗତିବିଧି ସ୍ପଷ୍ଟ ଦେଖାଯାଇପାରୁ ନାହିଁ । ଫଳରେ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ଉଦ୍ଧାରକାର୍ଯ୍ୟରେ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଥିବା ଶିଶୁଟିର ଘର ଲୋକେ ଅଭିଯୋଗ ଆଣିଛନ୍ତି । ମେସିନ୍‌ରେ ଗାତ ଖୋଳାଯିବ ବୋଲି କୁହାଯାଉଥିଲେ ହେଁ ଏ ଯାଏ ମେସିନ୍‌ ସେଠାରେ ପହଞ୍ଚି ନ ଥିବା ସେମାନେ ପ୍ରକାଶ କରିଛନ୍ତି । 

ସୋମବାର ଅପରାହ୍ନ ପ୍ରାୟ ୨ଟାରେ ଶିଶୁ ଚେତନା ତାଙ୍କ ଜମିରେ ଖେଳୁଥିବା ବେଳେ ବୋରୱେଲ ଭିତରକୁ ଖସି ପଡ଼ିଥିଲା । ବୋର୍‌ୱେଲର ପ୍ରାୟ ୧୫୦ ଫୁଟ ଗଭୀରରେ ସେ ଫସି ଯାଇଥିଲା । ବୋର୍‌ୱେଲ ଭିତରୁ କାନ୍ଦ ଶବ୍ଦ ଶୁଣାଯିବା ପରେ ଚେତନା ତାହା ଭିତରେ ଖସି ପଡ଼ିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତାହା ମଧ୍ୟକୁ ଅକ୍ସିଜେନ ପାଇପ୍‌ ଛଡ଼ା ଯାଇଛି । ମାଟି ବେଶ୍‌ ଟାଣ ଥିବାରୁ ଖୋଳିବା କଷ୍ଟକର ହେଉଛି । ଉଦ୍ଧାରକାରୀ ଟିମ୍‌ ହୁକ୍‌ ଥିବା ରଡ୍‌ ସାହାଯ୍ୟରେ ଶିଶୁକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସୋମବାର ବିଳମ୍ବିତ ରାତି ସୁଦ୍ଧା ଶିଶୁଟିକୁ ପ୍ରାୟ ୩୦ ଫୁଟ ଉପରକୁ ଅଣାଯାଇଛି । ତେବେ ହୁକ୍‌ ଲାଖିବାରୁ ଚେତନାଙ୍କୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇପାରି ନ ଥିଲା ।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.