ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୩ୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ , କିନ୍ତୁ ଏହାକୁ ରୋକିବାକୁ ପ୍ଲାନ ହୋଇଛି : ଡୋନାଲ୍ଡ ଟ୍ରମ୍ପ

Published By : Prameya | February 20, 2025 4:51 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପର ଠାରୁ ବାରମ୍ୱାର ମଧ୍ୟ-ପୂର୍ବ ଏବଂ ୟୁରୋପରେ ଚାଲୁ ଥିବା ଯୁଦ୍ଧକୁ ବନ୍ଦ କରିବାକୁ ନେଇ ବୟାନ ଦେଉଛନ୍ତି। ନିକଟରେ ଏହି ସବୁ ସଂଘର୍ଷ ବିଷୟରେ କଥାବାର୍ତ୍ତା କରି ଟ୍ରମ୍ପ ୩ୟ ବିଶ୍ୱଯୁଦ୍ଧକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ଯେଉଁ ଭଳି ସ୍ଥିତି ଚାଲିଛି, ଏଥିରୁ ଲାଗୁଛି କି, ୩ୟ ବିଶ୍ୱଯୁଦ୍ଧ ଆଉ ଅଧିକ ଦୂର ନୁହେଁ। କିନ୍ତୁ ମୋର ଆମେରିକାର ରାଷ୍ଟ୍ରପତି ପଦରେ ରହିବାରେ ଏହାକୁ ରୋକିବା ଦାୟିତ୍ୱ। ମୋ ପାଖରେ ବିଶ୍ୱଯୁଦ୍ଧ ରୋକିବାକୁ ପ୍ଲାନ ଅଛି।

ସିଏନଏନର ରିପୋର୍ଟ ମୁତାବିକ, ମିୟାମିରେ ଏକ ସଭାକୁ ସମ୍ୱୋଧିତ କରିବା ବେଳେ ଆମେରିକାର ରାଷ୍ଟ୍ରପତି କହିଛନ୍ତି କି, ଆମେ ସାରା ବିଶ୍ୱରେ ଚାଲି ଥିବା ଯୁଦ୍ଧକୁ ବନ୍ଦ କରିବା ଓ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଖୁବ୍ ଜୋରରେ ଅଗ୍ରସର ହେଉଛେ। ଆମେ ଚାହୁଁ ନାହୁଁ କି, ଏବେ ଆଉ ଅଧିକ ଲୋକ ଯୁଦ୍ଧ କାରଣରୁ ମରନ୍ତୁ। ସେ କହିଛନ୍ତି , ଯଦି ଆପଣ ମଧ୍ୟ-ପୂର୍ବ ଓ ୟୁକ୍ରେନରେ ହୋଇଥିବା ମୃତ୍ୟୁକୁ ଦେଖିବା ତ , ଆପଣ ବୁଝି ପାରିବେ , ଆପଣ ୩ୟ ବିଶ୍ୱଯୁଦ୍ଧରୁ ଅଧିକ ଦୂରରେ ନାହାନ୍ତି। ଟ୍ରମ୍ପ ନିଜର ପୂର୍ବତନ ବାଇଡେନ ପ୍ରଶାସନକୁ ଟର୍ଗେଟ୍‌ କରି କହିଛନ୍ତି ଯେ, ଯଦି ଆଉ ଏକ ବର୍ଷ ବାଇଡେନଙ୍କର ଶାସନ ଥାନ୍ତା ତ , ନିଶ୍ଚିତ ରୂପେ ଦୁନିଆ ୩ୟ ବିଶ୍ୱଯୁଦ୍ଧକୁ ଦେଖି ଥାନ୍ତା। କିନ୍ତୁ ଏବେ ମୁଁ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଅଛି ତ, ଏମିତି କିଛି ହେବ ନାହିଁ । 

ଆମେରିକାର ରାଷ୍ଟ୍ରପତି ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆମେରିକୀୟ ଓ ରୁଷୀୟ ପ୍ରତିନିଧିଙ୍କ ଅଧ୍ୟକ୍ଷତା କରିବା ପାଇଁ ସାଉଦୀ ଆରବକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଏବଂ ଶାନ୍ତି ଉଦ୍ଦେଶ୍ୟରେ ଉଭୟ ପକ୍ଷର କଥାବାର୍ତ୍ତାକୁ ମହତ୍ତ୍ୱପୂର୍ଣ୍ଣ କହିଛନ୍ତି।

ଏହାପରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡ଼ିଆରେ ୟୁକ୍ରେନୀ ରାଷ୍ଟ୍ରପତିଙ୍କ ସମାଲୋଚନା ମଧ୍ୟ କରିଛନ୍ତି। ସେ ଜେଲେନସ୍କିଙ୍କୁ ଏକ ସାଧାରଣ ସଫଳ କମେଡିଆନ କହିଛନ୍ତି। ଜେଲେନସ୍କି ଏକଛତ୍ରବାଦୀ ଶାସନ ଚଳାଉ ଥିବା କହିଛନ୍ତି ଟ୍ରମ୍ପ। ସେ ୟୁକ୍ରେନରେ ବିନା କୌଣସି ନିର୍ବାଚନରେ କ୍ଷମତାରେ ଅଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଜେଲେନସ୍କିଙ୍କର ସମାଲୋଚନା କରିବା ଆମେରିକାର ବଦଳୁ ଥିବା ଆଭିମୁଖ୍ୟକୁ ଦର୍ଶାଉଛି। ଏହା ପୂର୍ବରୁ ଆମେରିକା ଏହି ଯୁଦ୍ଧରେ ୟୁକ୍ରେନର ଖୋଲାଖୋଲି ସମର୍ଥନ କରିବା ନଜର ଆସିଥିଲା, କିନ୍ତୁ ଟ୍ରମ୍ପ ପ୍ରଶାସନର ଆସିବା ପରେ ଆମେରିକା ରୁଷ୍‌ର ପକ୍ଷରେ ଯିବାର ଦେଖା ଯାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.