ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Donald Trump: ଫୁଣିଥରେ ଟାରିଫର କଥା ଉଠାଇଲେ ଡୋନାଲ୍ଡ ଟ୍ରମ୍ପ, ଏନେଇ ମଧ୍ୟରାତ୍ରରେ ହୋଇପାରେ ଘୋଷଣା

Published By : Bijay Swain | February 13, 2025 10:18 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଫୁଣିଥରେ ଟାରିଫର କଥା ଉଠାଇଛନ୍ତି। ନିଜ ପୋଷ୍ଟରେ ‘ପାରସ୍ପରିକ ଟାରିଫକୁ ନେଇ ଏପର୍ଯ୍ୟନ୍ତ ଯାଏ ସବୁଠୁ ଭଲ ଖବର। ଆମେରିକାକୁ ଫୁଣି ମହାନ ବନାଇବା’ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ପିଏମ ମୋଦି ଟ୍ରମ୍ପଙ୍କୁ ଭେଟିବା ପାଇଁ ଆଜି ଆମେରିକାରେ ପହଞ୍ଚିବା ପରେ ଟ୍ରମ୍ପ ଟାରିଫକୁ ନେଇ ଏହି ପୋଷ୍ଟ ଜାରି କରିଛନ୍ତି। ସେ ବହୁ ଜଲଦି ଏହି ଟାରିଫକୁ ନେଇ ପ୍ରେସ କନଫରେନ୍ସ କରିବାକୁ ଯାଉଛନ୍ତି। 

ସୂଚନା ମୁତାବକ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବୁଧବାର ଅନ୍ୟ ଦେଶମାନଙ୍କ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ। ଗୋଟିଏ ଦିନ ଭିତରେ ସେ ଏହି ଆଦେଶ ଉପରେ ହସ୍ତାକ୍ଷର କରିବେ ବୋଲି ଟ୍ରମ୍ପ ସୂଚନା ଦେଇଥିଲେ। ଏହି ନିଷ୍ପତ୍ତି ଦ୍ୱାରା ଆଗକୁ ବାଣିଜ୍ୟ ଯୁଦ୍ଧ ଭୟଙ୍କର ହେବାକୁ ଯାଉଛି। ପାରସ୍ପରିକ ଶୁଳ୍କ ହେଉଛି ଆମେରିକାରୁ ରପ୍ତାନି ହେଉଥିବା ଉତ୍ପାଦ ଉପରେ ସାମ୍ନାପଟ ଦେଶ ଯେତେ ଶୁଳ୍କ ଜାରି କରିବ ଆମେରିକା ମଧ୍ୟ ସେହି ଅନୁପାତରେ ସେହି ଦେଶର ରପ୍ତାନି ସାମଗ୍ରୀ ଉପରେ ଶୁଳ୍କ ଜାରି କରିବ। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ଟାରିଫ ପ୍ରଣାଳିରେ ବ୍ୟାପାର କରିବା ଏକମାତ୍ର ଉଚିତ ଉପାୟ ବୋଲି କହିଛନ୍ତି। ପିଏମ୍ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ପୂର୍ବରୁ ଏହି ଘୋଷଣା କରାଯାଇପାରେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଆଜି ମଧ୍ୟରାତ୍ର ସୁଦ୍ଧା ଆମେରିକା ଏନେଇ ଆଧିକାରିକ ସ୍ତରରେ ଘୋଷଣା କରିପାରେ ବୋଲି ସୂଚନା ମିଳୁଛି।   

ତେବେ ସବୁଠାରୁ ବଡ କଥା ହେଉଛି ପିଏମ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଶୁକ୍ରବାର ସେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ବ୍ୟାପାର , ଟାରିଫ, ନିବେଶ, ବୈଷୟିକ ଜ୍ଞାନ, ରକ୍ଷା, ଶକ୍ତି, ଦ୍ୱିପାକ୍ଷିକ ସମ୍ପର୍କ ଓ ବିଭିନ୍ନ ଆନ୍ତରାଷ୍ଟ୍ରିୟ ମାମଲାକୁ ନେଇ ଚର୍ଚ୍ଚା ହେବ ବୋଲି ସୂଚନା ମିଳିଛି। ଏହା ପିଏମ ମୋଦିଙ୍କର ଦଶମ ଥରର ଆମେରିକା ଗସ୍ତ। ଏହା ମଧ୍ୟରୁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଟ ଚାରିଥର ଭେଟଘାଟ କରିଛନ୍ତି।

ଏହା ପୂର୍ବରୁ ୨୦୨୪ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ତାହ୍କୁ ରାଜକୀୟ ଅତିଥି ଭାବେ ଆମେରିକାକୁ ନିମନ୍ତ୍ରଣ କରିଥିଲେ। ୨୦୧୪ ମସିହାରେ ବାରାକ ଓବାମା ରାଷ୍ଟ୍ରପତି ଥିବା ସମୟରେ ସେ ପ୍ରଥମ ଆମେରିକା ଗ୍ରସ୍ତ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.