ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Donald Trump: ହମାସ ଉପରେ ଅସନ୍ତୋଷ ଝାଡିଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଇସ୍ରାଏଲର ସମସ୍ତ ନିଷ୍ପତିକୁ ଆମେରିକା କରିବ ସମର୍ଥନ

Published By : Bijay Swain | February 15, 2025 10:54 PM

Image courtesy: mint

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଯୋଜନା କରୁଛନ୍ତି। କାରଣ ହମାସ ପାଇଁ ସେ ଜାରି କରିଥିବା ସମୟ ସାରଣୀର ଆଜି ଶେଷ ତାରିଖ ଥିଲା।ଯେଉଁଥିରେ ହମାସକୁ ସମସ୍ତ ବନ୍ଦିଙ୍କୁ ମୁକ୍ତ କରିବାକୁ କୁହାଯାଇଥିଲା। କିନ୍ତୁ ହମାସ ତରଫରୁ ଏଯାଏ କେବଳ ତିନି ଜଣ ବନ୍ଧକଙ୍କୁ ହିଁ ମୁକ୍ତ କରାଯାଇଛି। ଯେଉଁଥିପାଇଁ ଆମେରିକୀୟ ରାଷ୍ଟ୍ରପତି ହମାସ ଉପରେ କ୍ରେଧିତ ହୋଇ କିଛି ବଡ ଆକ୍ସନ ନେବାପାଇଁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି। 

ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋଶିଆଲରେ ଟ୍ରମ୍ପ ଏନେଇ ଏକ ପୋଷ୍ଟ ଜାରି କରିଛନ୍ତି। “ହମାସ ବର୍ତ୍ତମାନ ଗାଜାରୁ ତିନି ବନ୍ଧକଙ୍କୁ ମୁକ୍ତ କରିଛନ୍ତି। ଯେଉଁମାନହ୍କ ମଧ୍ୟରେ ଜମେ ଆମେରିକୀୟ ନାଗରିକ ମଧ୍ୟ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି। ଗତ ସପ୍ତାହରେ ହମାସ ପକ୍ଷରୁ ଜାରି କରାଯାଇଥିବା ବୟାନ ଅପେକ୍ଷା ବହୁ କମ ରହିଛି। ବହୁ ବନ୍ଧକ ମାନଙ୍କୁ ମୁକ୍ତ କରିବେ ବୋଲି ହମାସ ନିଜ ବୟାନରେ କହିଥିଲା। ବର୍ତ୍ତମାନ ଏହା ଇସ୍ରାଏଲ ଉପରେ ନିର୍ଭର କରେ କି ସେ ଆଜି ଦ୍ୱିପ୍ରହର 12ଟା ସମୟସୀମା ମଧ୍ୟରେ କଣ କରିବ। ତେବେ ଇସ୍ରାଏଲର ସମସ୍ତ ନିଷ୍ପତିକୁ ଆମେରିକା ସମର୍ଥନ କରିବ” ବୋଲି ଉଲ୍ଲେଖ କରିଛନ୍ତି। 

ଟ୍ରମ୍ଫଙ୍କ ଏହି ପୋଷ୍ଟ ଜାରି ହେବା ପରେ ଉଭୟ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅତ୍ୟନ୍ତ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ଯଦି ଏବେ ଅସ୍ତ୍ରବିରତି ଉଲଘଂନ କରାଯାଏ ତେବେ ଇସ୍ରାଏଲ ପୂର୍ବାପେକ୍ଷା ଏହାର ଆକ୍ରଣଣକୁ ଅତ୍ୟନ୍ତ ତୀବ୍ର କରିବାର ସମ୍ଭାବନା ରହିଛି। ଯେଉଁଥିରେ ଗାଜାରେ ବହୁ ସଂଖ୍ୟରେ ମୃତାହତ ହେବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.