ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ; ଏନଏସି, ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଉପରେ ହେଲା ଆଲୋଚନା

Published By : Bijay Swain | May 21, 2025 6:00 PM

ନୂଆପଡ଼ା,୨୧।୫(ଆପ୍ର): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର ଶାଖାର ଆଂଚଳିକ ଅଧିକାରୀ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ବରେ ଜିଲ୍ଲାସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ୍, ବନ୍ୟପ୍ରାଣୀ ଡ଼ିଏଫଓ ମହାଦେବ ବଡାଇକ, ଖଣି ବିଭାଗ ଡେପୁଟି ଡାଇରେକ୍ଟର ବିଶ୍ଵନାଥ ସୋରେନ, ଅତିରିକ୍ତ ଖଣି ଅଧିକାରୀ ଜୟନ୍ତ ଗର୍ଡ଼ିଆ ପ୍ରମୂଖ ଯୋଗ ଦେଇଥିଲେ l 

ନୂଆପଡ଼ା ଜିଲ୍ଲାରେ ପାରା ବୋଏଲଡ୍ ରାଇସ୍ ମିଲ୍ ୨୩ ଟି, ର-ରାଇସ୍ ମିଲ୍ ୧୪ ଟି, ଦେଶୀ ମଦ ନିର୍ମାଣ କୋଠି ୨୧ଟି, କୁକୁଡା ଫାର୍ମ ୧୮ଟି, କ୍ରସର୍ ୪୬ଟି, କଟନ ଜିନିଙ୍ଗ ମିଲ୍ ୨ଟି, ବାଲି ଖଣି ୨୮ ଟି, ପଥର ଖଣି ୪୨ଟି, ଗ୍ରାଫାଇଟ୍ ଖଣି ୨ଟି ଏବଂ ଅନ୍ୟାନ୍ୟ କଳକାରଖାନା ୧୮ଟି ରହିଛି l ଏଥିରୁ ହେଉଥିବା ପ୍ରଦୂଷଣ ଉପରେ ତୀକ୍ଷ୍ଣ ନଜର ରଖି ସମାଧାନର ରାସ୍ତା ବାହାର କରିବା ପାଇଁ ଜିଲ୍ଲାପାଳ କହିଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦମାନଙ୍କୁ ପ୍ଲାଷ୍ଟିକ ଜରି ବ୍ୟବହାର ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ l ବିଗତ ଦିନରେ ଖରିଆରରୋଡ଼ ଏନ୍ଏସିରୁ ୨.୧୫ଲକ୍ଷ ଟଙ୍କା, ନୂଆପଡ଼ାରୁ ୧.୭୨ଲକ୍ଷ ଟଙ୍କା ଏବଂ ଖଡ଼ିଆଳରୁ ୧.୮୦ଲକ୍ଷ ଟଙ୍କା ଜରି ବିକ୍ରି ପାଇଁ ଜୋରିମାନା ଆଦାୟ   ହୋଇଛି l  

ବୈଠକରେ ଯୋଗଦେଇ ଶ୍ରୀମତୀ ସିଂ କହିଛନ୍ତିଯେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍, ମାରାଗୁଡା, ରାନୀ ମୁହାଁସ୍ ଗୁମ୍ଫା, ଥିପାଖୋଲ ଇତ୍ୟାଦି ଜାଗାରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରଶାସନ ପଦକ୍ଷେପ ନେଉ l ସହରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମୁଚିତ ବ୍ୟବସ୍ଥା ହେଉ l  ଏହି ବୈଠକରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା,  ସିଡିଏମ୍ଓ ଡଃ ଉମାକାନ୍ତ ମେହେର୍, ଆରଟିଓ ମାନା ସିଂ, ନୂଆପଡ଼ା ଏନଏସି ଇଓ କୁରୁକ୍ଷେତ୍ର ନାୟକ, ଖରିଆରରୋଡ଼ ଏନଏସି ଇଓ କମଳାସନ ରଥ, ଖଡ଼ିଆଳ ଏନଏସି ଇଓ ସ୍ଵାଧୀନ କେତନ ମହାରଣା, ଜିଲ୍ଳା ଶିଳ୍ପ କେନ୍ଦ୍ର ପରିଚାଳକ ସମୀର ମୁଦୁଲି, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.