ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବରମ୍ବାର ଅଭିଯୋଗ ସତ୍ତ୍ୱେ ତିଆରି ହେଲାନି ରାସ୍ତା, ମଶାଣୀ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ସାଲେପୁର,୨୫/୦୭: ଶବଦାହ କରିବା ପାଇଁ ମଶାଣୀ ଅଛି ହେଲେ ରାସ୍ତା ନାହିଁ। କାଗଜ କଲମରେ ଅଟକିଛି ସରକାରଙ୍କର ମାଳମାଳ ଯୋଜନା । ଶବଦାହ ପାଇଁ ମଶାଣୀକୁ ରାସ୍ତା ନଥିବାରୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ । କଟକ ଜିଲ୍ଲା ସାଲେପୁର ବ୍ଲକ ସିଢ଼ୋ ପଞ୍ଚାୟତ ଖଇରା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

ସୂଚନା ଅନୁଯାୟୀ, ସାଲେପୁର ବ୍ଲକ ଖଇରା ଗ୍ରାମରେ ମଶାଣୀକୁ ଭଲ ରାସ୍ତା ନଥିବାରୁ ଶବଦାହ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ବେକେ ପାଣିରେ ପଶି ଶବଦାହ କରିବାକୁ ନେବାକୁ ପଡୁଛି। ବାରମ୍ବାର ସ୍ଥାନୀୟ ବିଧାୟକ ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ୱେ ମଶାଣୀକୁ ରାସ୍ତା ଖଣ୍ଡେ ହୋଇପାରିଲା ନାହିଁ । ଏହି ସମସ୍ୟା ସମ୍ପର୍କରେ ବର୍ଷବର୍ଷ ଧରି ପ୍ରଶାସନ, ଜନପ୍ରତିନିଧି, ନେତା-ମନ୍ତ୍ରୀଙ୍କୁ ବାରମ୍ବାର  ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଗ୍ରାମବାସୀ ଅତିଷ୍ଠ ହୋଇ ନିଜସ୍ୱ ଅର୍ଥରେ ରାସ୍ତା ତିଆରି କରିଛନ୍ତି। ପାଖାପାଖି ୮୦୦ ମିଟରରୁ ଉର୍ଦ୍ଧ୍ଵ ରାସ୍ତାକୁ ଗ୍ରାମବାସୀମାନେ ନିଜେ ଶ୍ରମଦାନ ସହ ନିଜସ୍ୱ ଅର୍ଥରେ ତିଆରି କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.