ଫିରିଙ୍ଗିଆ , ୩।୨ଆଞ୍ଚଳିକ ବିକାଶ ପରିଷଦର ବୈଠକ ପଞ୍ଚାୟତ ସଭାଗୃହଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ସରପଞ୍ଚ ନବ କିଶୋର କହଁର, ବ୍ଲକ ଚେୟାରମେନ ନମିତା କହଁର, ପୂର୍ବ ତନ ବ୍ଲକ ଉପାଧ୍ୟକ୍ଷା ସସ୍ମିତା ଦିଗାଲ,ସମାଜ ସେବୀ କୃଷ୍ଣ ଚନ୍ଦ୍ର କହଁର, ମୋହନ ଦିଗାଲଙ୍କ ସମେତ ୯ଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଯୋଗଦେଇ ଥିଲେ।
ଦୀର୍ଘ ଦିନରୁ ବ୍ଲକ ଗଠନ ଦାବୀରେ ଅଞ୍ଚଳ ବାସୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଛନ୍ତି। ବର୍ତ୍ତମାନ ସରକାର ନୂତନ ବ୍ଲକ ଗଠନ କରିବାକୁ ଘୋଷଣା କରିଛନ୍ତି। ରୁ କନ୍ଧମାଳ ଜିଲ୍ଲା ର ୨ୟ ବୃହତ୍ତମ ବ୍ଲକ ଫିରିଙ୍ଗିଆକୁ ଭାଗ କରାଯାଇ ଗୋଛାପଡା, ସଲାଗୁଡା, ପଲାବ୍ରୁଡି, କ୍ରାଣ୍ଡିବାଲି, ପକାରୀ, ବାଲନ୍ଧାପଡା, ଲୁଇସିଙ୍ଗି, ପାଇରାଜୁ କୁଏରିମାଣ୍ଡୁ ୯ ଟି ପଞ୍ଚାୟତକୁ ନେଇ ମଧ୍ୟ ସ୍ଥଳୀ ଗୋଛାପଡାଠାରେ ନୂତନ ବ୍ଲକ ଗଠନ କରିବାକୁ ଆନ୍ଦୋଳନ ଜୋର ଧରିଛି। ଆସନ୍ତା ୧୨ ତାରିଖରେ ଅଞ୍ଚଳବାସୀ ଏକ ବିରାଟ ଶୋଭା ଯାତ୍ରାରେ ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି।