ନୂଆଦିଲ୍ଲୀ,୨୮/୦୨: ରାଜଧାନୀ ଦିଲ୍ଲୀରେ ଯମୁନା ନଦୀ ସଫେଇ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ । ଏନେଇ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ବୈଠକ ସରିଛି। ଏହାକୁ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ । ମୋଦିଙ୍କ ମଞ୍ଜୁରି ପରେ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ଇଣ୍ଡିଆ ଟୁଡ଼େ ରିପୋର୍ଟ ଅନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଏନେଇ ଏକ ବିସ୍ତୃତ ପ୍ଲାନ ପ୍ରସ୍ତୁତ କରିଛି ।
ଏହା ମଧ୍ୟ ପଢନ୍ତୁ- ନୀତିଶଙ୍କୁ ତେଜସ୍ବୀଙ୍କ ଆଟାକ୍; କହିଲେ ସେ ପରିସ୍ଥିତିର ସିଏମ୍, ବିହାରବାସୀ ଚାହୁଁନାହାନ୍ତି...
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଯମୁନା ନଦୀ ସଫାକୁ ବେଶ୍ ଗୁରୁତ୍ବ ଦେଇଥିଲା। ଗତ ସପ୍ତାହରେ ଦିଲ୍ଲୀର ଏଲଜି ବିକେ ସକ୍ସେନାଙ୍କ ଆଦେଶରେ ଯମୁନା ନଦୀରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଯମୁନା ମାଷ୍ଟର ପ୍ଲାନ ପାଇଁ ଜଳଶକ୍ତି ମନ୍ତ୍ରାଳୟ ଅଫିସର ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଯେଉଁ ବିଶେଷଜ୍ଞମାନେ ଗୁଜୁରାଟର ସାବରମତି ରିଭର ଫ୍ରଣ୍ଟ ପ୍ରସ୍ତୁତ କରିଥିଲେ । ଯମୁନା ମାଷ୍ଟର ପ୍ଲାନ ଅନୁସାରେ ଯମୁନା ସଫେଇ କାର୍ଯ୍ୟ ୪ଟି ପର୍ଯ୍ୟାୟରେ ଶେଷ ହେବ । ଅଳିଆ ଆବର୍ଜନର ନିଷ୍କାସନ,ପ୍ରମୁଖ ନାଳର ସଫା କରାଯିବାର ଯୋଜନା ରହିଛି। ବର୍ତ୍ତମାନ ଆଧୁନିକ ମେସିନ ମାଧ୍ୟମରେ ସଫା କରାଯାଉଛି । ଦିଲ୍ଲୀ ନିର୍ବାଚନ ସମୟରେ ଯମୁନାରେ ବଢୁଥିବା ପ୍ରଦୁଷଣକୁ ନେଇ ଦୁଇ ଦଳ ମଧ୍ୟରେ ଅନେକ ଆରୋପ-ପ୍ରତ୍ୟୋରୋପଲାଗି ରହିଥିଲା ।