ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ସ୍କୁଲ ଓ ହସ୍ପିଟାଲ ପରେ ଦିଲ୍ଲୀ ନର୍ଥ ବ୍ଲକକୁ ବମ୍‌ରେ ଉଡାଇବାର ଧମକ, ଆରମ୍ଭ ହେଲା ସର୍ଚ୍ଚ ଅପରେସନ୍

ନୂଆଦିଲ୍ଲୀ,୨୨।୫: ଦେଶର ରାଜଧାନୀ ଦିଲ୍ଲୀକୁ ପୁଣିଥରେ ଆସିଛି ବମରେ ଉଡାଇବାର ଧମକପୂର୍ଣ୍ଣ ଇମେଲ। ଏଥର ନର୍ଥ ବ୍ଲକକୁ  ଉଡାଇବାର ଧମକ ଦିଆଯାଇଛି। ଧମକ ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ଓ ଏପର୍ଯ୍ୟନ୍ତ କିଛି ସନ୍ଦିଗ୍ଧ ଜିନିଷ ମିଳିନାହିଁ।  ଗୃହ ମନ୍ତ୍ରଣାଳୟ ଏଠାରେ ଉପସ୍ଥିତ ଅଛି | ଦୁଇଟି ଫାୟାର ବ୍ରିଗେଡ ଗାଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାୟ ଏକ ଘଣ୍ଟାର ଯାଞ୍ଚ ପରେ ସୁରକ୍ଷା ଏଜେନ୍ସି କୌଣସି ସନ୍ଦେହଜନକ ବସ୍ତୁ ପାଇ ନାହାଁନ୍ତି। ସମଗ୍ର ନର୍ଥ ବ୍ଲକର ପ୍ରତ୍ୟେକ କୋଣ ଅନୁକୋଣ ଅନୁଧ୍ୟାନ କରାଯାଉଛି।

ଅଧିକାରୀଙ୍କୁ ତୁରନ୍ତ ଧମକପୂର୍ଣ୍ଣ ଇମେଲ ମିଳିବାପରେ ଏହାର ସୂଚନା ଦିଲ୍ଲୀର ପୋଲିସକୁ ଦିଆଯାଇଥିଲା। ସୂଚନା ମିଳିବା ମାତ୍ରେ ତୁରନ୍ତ ପୋଲିସର ବହୁ ଟିମ୍ ପହଁଞ୍ଚି ଯାଇଥିଲା। ଦମକଳ ବିଭାଗର ଗାଡି ଓ ବମ ନିରୋଧି ଟିମ୍‌କୁ ମଧ୍ୟ ଲଗାଯାଇଛି। ଗତ କିଛି ଦିନ ତଳେ ଦିଲ୍ଲୀର ବହୁ ସ୍କୁଲ ଓ ହସ୍ପିଟାଲକୁ ଏଭଳି ବମ୍ ଧମକ ଦେଇ ଥିବାର ସୂଚନା ଇମେଲ୍‌ରେ ଦିଆଯାଇଛି, କିନ୍ତୁ ସବୁଥର ଦାବି ଭୁଲ ପ୍ରମାଣିତ ହୋଇଛି।

ଗୃହ ମନ୍ତ୍ରଣାଳୟର ଅଫିସ ନର୍ଥ ବ୍ଲକରେ ରହିଛି। ନର୍ଥ ବ୍ଲକରେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ଓ ମନ୍ତ୍ରଣାଳୟ ରହିଛି। ଏହା ରାଷ୍ଟ୍ରପତି ଭବନ ଓ ସଂସଦ ଭବନର ଖୁବ୍ ନିକଟରେ ରହିଛି। ଏତେ ସମ୍ବେଦନଶୀଳ ଅଞ୍ଚଳରେ ବୋମା ବିସ୍ଫୋରଣ ଧମକକୁ ପୋଲିସ ପୁରା ଗମ୍ଭୀରତାର ସହ ନେଇଛି ଓ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.