ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

‘ମେଲୋଡ଼ି ଟିମ୍...’ ସୋସିଆଲ ମିଡ଼ିଆ ଟ୍ରେଣ୍ଡରେ ସାମିଲ ହେଲେ ଇଟାଲି ପିଏମ ମେଲୋନୀ, ପିଏମ ମୋଦୀ ବି ଦେଲେ ଏଭଳି ରିଆକ୍ସନ

ନୂଆଦିଲ୍ଲୀ,୧୫/୬ :  ପିଏମ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀ‌ରେ ଭାଗ ନେବା ଲାଗି ଇଟାଲୀରେ ପହଞ୍ଚିଥିଲେ । ଏହି ସମୟରେ ସେ ଏହି ସମ୍ମିଳନୀର ସବୁ ଇଭେଣ୍ଟରେ ଭାଗ ନେଇଥିଲେ । ପିଏମ୍ ମୋଦୀଙ୍କ ସହ ଇଟାଲୀର ପ୍ରଧାନମନ୍ତ୍ରୀ ପିଏମ୍ ଜର୍ଜିୟା ମେଲୋନୀ ଏକ ଭିଡ଼ିଓ ସେୟାର କରିଛନ୍ତି । ପିଏମ୍ ମୋଦୀଙ୍କ ସହ ନେଇଥିବା ଭିଡ଼ିଓରେ ଇଟାଲୀର ପିଏମ୍ ମେଲୋନୀ କହିଛନ୍ତି କି, ମେଲୋଡ଼ି ଟିମ୍ ତରଫରୁ ହେଲୋ । ଏହି ଭିଡ଼ିଓରେ ପିଏମ ମୋଦୀ ପଛରେ ଥାଇ ହସୁଥିବା ନଜର ଆସିଥିଲେ । ପ୍ରକାଶ ଯେ, ପୂର୍ବ ବର୍ଷ ସେପ୍ଟେମ୍ବରରେ ଇଟାଲୀର ପିଏମ୍ ମୋଲୋନୀ ଯେତେବେଳେ ଭାରତ ଆସିଥି‌ଲେ ତ ସେ ପିଏମ୍ ମୋଦୀଙ୍କ ସହ ଏକ ସେଲ୍ଫି ସେୟାର କରି ‘ମେଲୋଡ଼ି’ ନାମକ ହାଷ୍ଟାଗ ଟ୍ରେଣ୍ଡର ବ୍ୟବହାର କରିଥିଲେ । ସେବେଠାରୁ ଏହି ଟ୍ରେଣ୍ଡ ବହୁ ଚର୍ଚ୍ଚାରେ ଅଛି । ପୁଣି ଥରେ ଇଟାଲୀର ପିଏମ ଏହି ଟ୍ରେଣ୍ଡ ସହ ଭିଡ଼ିଓ ସେୟାର କରିଛନ୍ତି ଏହି ଭିଡ଼ିଓକୁ ଏକ୍ସରେ ପୁଣି ଥରେ ସେୟାର କରି ପିଏମ୍ ମୋଦୀ ଲେଖିଛନ୍ତି କି, ଭାରତ-ଇଟାଲୀର ବନ୍ଧୁତା ସବୁବେଳେ ବଜାୟ ରହୁ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପିଏମ ଜର୍ଜିୟା ମେଲୋନୀ ଦ୍ବୀପାକ୍ଷିକ ରଣନୀତି ଉପରେ ସମୀକ୍ଷା କରିଥିଲେ । ସେ ଭାରତ- ପଶ୍ଚିମ ଏସିଆ-ୟୁରୋପ ମଧ୍ୟରେ ଆର୍ଥିକ କାରବାର ସହ ବୈଶ୍ବିକ ମଞ୍ଚ ପ୍ରସ୍ତାବ ଉପରେ ସହଯୋଗ କରିବା ଉପରେ ସହମତି ବ୍ୟକ୍ତ କରିଛନ୍ତି । ମୋଦୀଙ୍କ ଦକ୍ଷୀଣ ଇଟାଲୀର ଅପୁଲିୟାର ଏକ ଦିବସୀୟ ଯାତ୍ରା ଶେଷରେ ଶୁକ୍ରବାର ଉଭୟ  ନେତାଙ୍କ ମଧ୍ୟରେ ଭେଟ ହୋଇଥିଲା । ଏହି ସମୟରେ ମୋଦୀ ଜି୭ ଶିଖର ସମ୍ମିଳନୀ‌‌ରେ ଆମନ୍ତ୍ରିତ କରିବା ଲାଗି ଇଟାଲୀର ପିଏମଙ୍କୁ ଧନ୍ୟବାଦ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.