ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

‘ଶୀଘ୍ର ଡିଲିଟ୍ କରନ୍ତୁ ଭିଡିଓ...’, ସୁନିତା କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଳୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ଏବେ ତାଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କ ଅଡୁଆ ବଢିପାରେ। ଦିଲ୍ଲୀ ହାଇକୋର୍ଟ ଶନିବାର ସୁନିତା ଓ ବହୁ ବ୍ୟକ୍ତିଙ୍କ ଫେସବୁକ୍, ୟୁଟ୍ୟୁବ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସବୁ ପକ୍ଷର ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ଆବେଦନରେ କେଜ୍ରିଓ୍ବାଲଙ୍କୁ ୨୮ ମାର୍ଚ୍ଚରେ ପୋଲିସ କଷ୍ଟଡିରେ ରାଉଜ ଏଭିନ୍ୟୁ କୋର୍ଟରେ ହାଜର ବେଳେ ଭିଡିଓ କନଫ୍ରେନ୍ସିଂ ନିୟମର ଉଲଂଘନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। 

ଜଷ୍ଟିସ ନୀନା ବସଂଲ କୃଷ୍ଣ ଏବଂ ଜଷ୍ଟିସ ଅମିତ ଶର୍ମାଙ୍କ ଏକ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି। କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଇଡି ଗିରଫ କରିବା ପରେ କୋର୍ଟରେ ବ୍ୟକ୍ତିଗତ ରୂପେ ହାଜର ହୋଇ ନିଜ ମତ ରଖିଥିଲେ। ସେତବେଳର ଏହି ଭିଡିଓକୁ ସୁନୀତା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ଦିଲ୍ଲୀର ଜଣେ ଓକିଲ ବୈଭବ ସିଂହ କୋର୍ଟରେ ଆବେଦନ କରିଥିଲେ। ଭିଡିଓ କନଫରେନ୍ସିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ସୁନୀତା କେଜ୍ରିୱାଲ ଏବଂ ଅନ୍ୟ ୫ ଜଣଙ୍କ ବିରୋଧରେ ବେଞ୍ଚ ଏକ ନୋଟିସ ଜାରି କରିଛନ୍ତି। ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟ ସୁନୀତାଙ୍କ ସମେତ ସମସ୍ତ ପକ୍ଷକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ଭିଡିଓ ଡିଲିଟ୍‌ କରିବାକୁ କହିଛନ୍ତି। ଏହି ଭିଡିଓକୁ ଯେଉଁମାନେ ରି-ପୋଷ୍ଟ କରିଛନ୍ତି ତାକୁ ଡିଲିଟ କରିବାକୁ ହାଇକୋର୍ଟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୯ ଜୁଲାଇ ସୁଦ୍ଧା ସୁନୀତା କେଜ୍ରିଓ୍ୱାଲଙ୍କ କୋର୍ଟ ଜବାବ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୯ ଜୁଲାଇରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.