ବୈଶିଙ୍ଗା,୨୫ା୩(ଆପ୍ର): ବୈଶିଙ୍ଗାପଞ୍ଚାୟତ ଅଧୀନ ମହୁରୀ ଗ୍ରାମ ସ୍ଥିତଡାହିବାଡ଼ି ସାପ୍ତାହିକ ହାଟ ଶହେ ବର୍ଷରୁ ଊଦ୍ଧ୍ୱ ର୍ ହୋଇଥିବା ବେଳେ ଏଠାରେଅବ୍ୟବସ୍ଥା ଚରମ ସ୍ଥିତିରେ ପହଞ୍ଚିଛି ।ମୟୂରଭଞ୍ଜ ମହାରାଜାଙ୍କ ସମୟରୁଅବସ୍ଥାପିତ ଏହି ହାଟର ଭାଗ୍ୟ ବର୍ତ୍ତମାନସୁଦ୍ଧା ପରିବର୍ତ୍ତନ ହୋଇନାହିଁ । ଏହିହାଟର ଉନ୍ନତିକୁ ନେଇ ସମସ୍ତ ପ୍ରମୁଖରାଜନୈତିକ ଦଳ ନିର୍ବାଚନ ସମୟଆସିଲେ ପ୍ରତିଶ୍ରୁତି ପର୍ବ ଚଲାନ୍ତି ,ନିର୍ବାଚନ ସରିଗଲା ପରେ ଏହାରଉନ୍ନତିକରଣ, ଆଲୋକିକରଣ ବ୍ୟବସ୍ଥାପୁଣି କୋମା ସ୍ଥିତିକୁ ଚାଲିଯାଇଥାଏ ।ଏହି ହାଟ ପଡ଼ିଆ ସପ୍ତାହର ଦୁଇ ଦିନବୁଧବାର ଏବଂ ଶନିବାରକୁ ଛାଡି ଦେଲେଅନ୍ୟ ଦିନ ମାନଙ୍କରେ ଅନ୍ଧାର ଅବସ୍ଥାରେପଡିରହୁଥିଲା । ଫଳରେ ନିଶାଡି ଏବଂଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳୀପାଲଟିଥିଲା । ଏହାକୁ ଦୃଷ୍ଟିରେ ରଖିବଡ଼ସାହି ବିଧାୟକ ସନାତନ ବିଜୁଳିନିଜ ହାତ ପାଣ୍ଠିରୁ ଚାରିଟି ଖୁଣ୍ଟରେ ୧୬ରୁଊଦ୍ଧ୍ୱର୍ ହାଇମାକ୍ସ ଲାଇଟ ଲଗାଇଥିଲେ ।ଯାହାକି ଡାହିବାଡ଼ି ହାଟ ଇତିହାସରେଆଲୋକିକରଣର ବ୍ୟବସ୍ଥା ସମ୍ପୂର୍ଣ୍ଣପ୍ରଥମ ଥିଲା ଏବଂ ବିଧାୟକଙ୍କ ଏହିପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀସାଧୁବାଦ ଜଣାଇଥିଲେ । ପୂର୍ବରୁ କୌଣସି ବିଧାୟକ ଏହି ହାଟପାଇଁ କୌଣସି ସହୃଦୟତାପ୍ରକାଶ କରିନଥିଲେ । ଏହିଆଲୋକିକରଣ ପ୍ରଭାବରେ ନିଶାଡ଼ି ମାନଙ୍କର ଆଡ୍ଡା କମିଯାଇଥିଲା ।ଲାଇଟ ଲଗାଇବାର କିଛି ମାସପରେ ଦୁଇ ଖୁଣ୍ଟରେ ଥିବା ୮ରୁ ଊଦ୍ଧ୍ୱ ର୍ହାଇମାକ୍ସ ଲାଇଟକୁ କିଛି ଚୋର ଚୋରିକରିନେଇଥିଲେ । ସେତେବେଳେସମୟରେ ପୁଲିସ ଚୋରର କୌଣସିଟେର ପାଇନଥିଲା । ବର୍ତ୍ତମାନ ସମୟରେଦୁଇ ହାଟପାଳିକୁ ଛାଡି ଦେବା ପରେ ରାତ୍ରିସମୟରେ ପୁଣି ଜୁଆଡି, ନିଶାଡ଼ି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବାର ଦେଖାଯାଇଛି । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଅନ୍ଧାରର ସୁଯୋଗନେଇ କିଛି ଦିନ ପୂର୍ବରୁ ବାଲେଶ୍ୱରଜିଲ୍ଲାର କିଛି ଯୁବକ ଏବଂ ବିଭିନ୍ନଅଞ୍ଚଳର ସ୍ଥାନୀୟ ଯୁବକଙ୍କ ମଧ୍ୟରେଗଣ୍ଡଗାଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ବୈଶିଙ୍ଗା ପୁଲିସ ଘଟଣାସ୍ଥଳ ପହଞ୍ଚିବାପରେ ସମସ୍ତ ଯୁବକ ଛିନଛତର ହୋଇଦୌଡ଼ି ପଳାଇଥିଲେ । ଫାଙ୍କା ଜାଗାସହ ଅନ୍ଧାର ହେଉଥିବାରୁ ସେଠାରେଏହି ଅସାମାଜିକ , ନିଶାଡ଼ି ଏବଂଜୁଆଡିଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢିଚାଲିଛି । ପରିତାପର ବିଷୟ ଏହି ହାଟଟିବୈଶିଙ୍ଗା ପଞ୍ଚାୟତର ମୁଖ୍ୟ ରାଜସ୍ୱଆଦାୟକାରୀ ହାଟ ହୋଇଥିବା ବେଳେପ୍ରାୟ ୨୫ ବର୍ଷ ପୂର୍ବେ ହାଟରୁ ମାହାସୁଲଆଦାୟକୁ ନେଇ ଭାଗିଦାରୀ ହିସାବରେଆରଏମସି ଦାୟିତ୍ୱ ଦିଆଯାଇଥିଲା ।ଫଳରେ ଆରଏମସି ତାର ସିଂହ ଭାଗଖାଉଛି କିନ୍ତୁ ଏହାର ଉନ୍ନତିକରଣରେକୌଣସି ଭାଗ ନାହି ଁ କିମ୍ବା ପଞ୍ଚାୟତତରଫରୁ ଆଖି ଦୃଶିଆ ପଦକ୍ଷେପବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ । ଏହିହାଟର ଆଲୋକିକରଣ, ଉନ୍ନତିକରଣଏବଂ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ, ବ୍ଲକପ୍ରଶାସନ, ସରପଞ୍ଚ, ଆରଏମସି ବିଭାଗ, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଏବଂତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

ଆରେଜଡି ଉପରେ ବର୍ଷିଲେ ଅମିତ ଶାହ, ୨୦ ମିନିଟ୍ର ଭାଷଣ...