ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଏକ ବଡ଼ ବାତ୍ୟାର ଆଶଙ୍କା ରହିଛି , ପାଣିପାଗ ବିଜ୍ଞାନୀ ଦେଲେ ଚେତାବନୀ

ନୂଆଦିଲ୍ଲୀ – ସାରାଦେଶରେ ଏବେ ମୌସୁମୀ ବର୍ଷା କାୟା ବିସ୍ତାର କରିଛି। ବୋଧେ ଏମିତି କୌଣସି ରାଜ୍ୟ ନଥିବ , ଯେଉଁଠି ଏବେ ଝିପିଝିପି ବର୍ଷା ହେଉ ନଥିବ। ଏହି ମଧ୍ୟରେ, ଏକ ଅଧ୍ୟୟନରେ କୁହାଯାଇଛି କି ଆଗାମୀ ଦିନରେ କେରଳର ତଟୀୟ ଅଞ୍ଚଳରେ ଅନେକ ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିପାରେ। ଏଥିରେ ଲୋକଙ୍କ ସାବଧାନ ରହିବାର ଆବଶ୍ୟକତା ରହିଛି। 

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଓସିଅନୋଗ୍ରାଫି (ଏନଆଇଓ) ନିଜର ଅଧ୍ୟୟନରେ କହିଛି ଯେ, ଏହି ଝଡ଼ ଅକ୍ଟୋବରରୁ ନଭେମ୍ୱର ମଧ୍ୟରେ କେରଳରେ ପାଦ ଥାପି ପାରେ। ଏହା ବ୍ୟତୀତ ପଶ୍ଚିମୀ ତଟ ଗୁଡ଼ିକରେ ଅଗଷ୍ଟରୁ ସେପ୍ଟେମ୍ୱର ମାସ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। 

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ ର ରିପୋର୍ଟ ମୁତାବିକ , ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ତଥା ଏମେରିଟସ୍‌ ବୈଜ୍ଞାନିକ ଏସ୍ ପ୍ରସନ୍ନା କୁମାର କହିଛନ୍ତି କି, ପ୍ରଶାନ୍ତ ମହାସାଗରରେ ଏଲ୍‌ ନିନୋ ପର୍ଯ୍ୟାୟର ସମାପ୍ତି ଓ ଲା ନିନୋ ସ୍ଥିତିର ଆରମ୍ଭ କାରଣରୁ, ପଶ୍ଚିମୀ ପ୍ରଶାନ୍ତ ମହାସାଗର ଓ ପୂର୍ବୀୟ ଭାରତ ମହାସାଗର ଗରମ ହେଉଛି। ଏଥିରେ ବାତାବରଣରେ ଆଦ୍ରତା ବୃଦ୍ଧି ପାଇଛି। ଏଥି ଯୋଗୁଁ ଅଗଷ୍ଟ ମାସରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଅଥବା ମୌସୁମୀ ବର୍ଷାର ଅବଧି ବଢିବାର ଆଶା କରାଯାଉଛି। ଯେବେ ମୌସୁମୀ ଫେରିଯିବ, ଆରବ ସାଗରରେ ତୀବ୍ର ଝଡ଼ ଆସିବାର ଆଶଙ୍କା ରହିଛି। 

କହି ରଖୁଛୁ କି, ଏହି ରିସର୍ଚ୍ଚ ପେପରକୁ ପ୍ରସନ୍ନା କୁମାରଙ୍କ ନେତୃତ୍ୱର ଟିମ୍‌ ପ୍ରସ୍ତୁତ କରିଛି।ଯାହାର ଶୀର୍ଷକ ରହିଛି-ଉତ୍ତରୀୟ ଭାରତ ମହାସାଗରରେ ଉଷ୍ଣତା ଯୋଗୁଁ ଅଧିକ ଟ୍ରପିକଲ ଝଡ଼ ଉତ୍ପନ୍ନ ହେଉଛି କି। କୁହାଯାଉଛି କି ଏହି ରିସର୍ଚ୍ଚ ପେପର ଅଗଷ୍ଟ ମାସରେ ପ୍ରକାଶିତ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.