ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ

Published By : Prameya | March 29, 2025 8:23 AM

କଟକ,୨୯/୦୩: ଆଜି ହାଇକୋର୍ଟ ବାର୍‌  ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ  । ଏଥିରେ ୪ ହଜାର ୭୫୦ ଜଣ  ଆଇନଜୀବୀ ମତଦାନ କରିବେ । ସକାଳ ସାଢ଼େ ୭ଟାରୁ ଭୋଟ୍‌ ଆରମ୍ଭ ହୋଇ ଅପରାହ୍ନ  ୩ଟା ପର୍ଯ୍ୟନ୍ତ ଚାଲିବ । ୫ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ । ଦୁଇଦିନ ଧରି ଏହି ଭୋଟ୍‌ ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ  ଅଧିକାରୀ ପ୍ରକାଶ ରଞ୍ଜନ ବାରିକ୍‌ ସୂଚନା ଦେଇଛନ୍ତି ।  

ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ  ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ  କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି । ଉପସଭାପତି ପଦଲାଗି ଆଇନଜୀବୀ  ବିଷ୍ଣୁମୋହନ ମହାପାତ୍ର, ଆଇନଜୀବୀ  ପ୍ରଦୀପ କୁମାର ମହାପାତ୍ର, ରବୀନ୍ଦ୍ର  ନାଥ ପାଲ୍‌, ଆଇନଜୀବୀ ସିଦ୍ଧାର୍ଥ ଦାସ  ଏବଂ ତ୍ରିଲୋଚନ ବାରିକ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସମ୍ପାଦକ ପଦ ଲାଗି  ଆଇନଜୀବୀ ଅଶୋକ କୁମାର ଦାସ,  ଆଇନଜୀବୀ ଅଭିଜିତ୍‌ ପଟ୍ଟନାୟକ, ଆଇନଜୀବୀ ଦିଲ୍ଲୀପ କୁମାର ରାୟ, ଆଇନଜୀବୀ  ହୃଦାନନ୍ଦ ମହାପାତ୍ର, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା  ହେଉଛି । 

ଯୁଗ୍ମ ସମ୍ପାଦକ ପଦପାଇଁ ଆଇନଜୀବୀ ମନୋରଞ୍ଜନ ପାଢ଼ୀ, ଆଇନଜୀବୀ  ପଦ୍ମାଳୟା ମହାପାତ୍ର, ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି, ଆଇନଜୀବୀ ସୋମନାଥ  ଶତପଥୀ ନିର୍ବାଚନ ଲଢୁଥିବାବେଳେ ସହକାରୀ ସମ୍ପାଦକ ପଦ ଲାଗି ଆଇନଜୀବୀ  ଅଭିଜିତ୍‌ ଦାଶ, ଆଇନଜୀବୀ ଅଭିଷେକ ମହାନ୍ତି, ଆଇନଜୀବୀ ଆଶୁତୋଷ ମହନ୍ତ,  ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପାଠାଗାର ସହକାରୀ  ସମ୍ପାଦକ ପଦ ଲାଗି ଆଇନଜୀବୀ ଆଶିଷ କୁମାର ମିଶ୍ର, ଆଇନଜୀବୀ ଦେବଶ୍ମିତା  ଦେବଦର୍ଶିନୀ, ଆଇନଜୀବୀ ମଦନ ସୁନ୍ଦର ବେହେରା, ଆଇନଜୀବୀ ସପନ କୁମାର ପାଲ,  ଆଇନଜୀବୀ ଶ୍ରଦ୍ଧାଞ୍ଜଳି ସାହୁ, ଆଇନଜୀବୀ ଶ୍ରୀନିବାସ ଖଣ୍ଡେଇ ନିର୍ବାଚନ ମଇଦାନକୁ  ଓହ୍ଲାଇଛନ୍ତି । ୯ଟି କାର୍ଯ୍ୟନିର୍ବାହୀ ସଭ୍ୟ ପଦ ଲାଗି ୧୩ଜଣ ଆଇନଜୀବୀ ପ୍ରାର୍ଥୀ ହୋଇଛନ୍ତି  ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.