ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ସାତ କୋଶିଆରେ କୁମ୍ଭୀରର ମୃତ୍ୟୁ, ବନ ବିଭାଗ ପାଖରେ ନାହିଁ ଖବର

Published By : Harapriya Sethi | March 30, 2025 9:14 AM

ଭୁବନେଶ୍ୱର, ୩୦/୦୩: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସାତକୋଶିଆ ବନଖଣ୍ଡ ଅନୁଗୋଳ ଜିଲ୍ଲା ବନ୍ୟପ୍ରାଣୀ ବନ ବିଭାଗ ଅଧୀନରେ ଥିବା କମଳାଡିହ ବାଲିପୁଟ ସାତକୋଶିଆ ଗଣ୍ଡରେ ଏକ ବିରାଟ କୁମ୍ଭୀରର ମୃତ ଦେହ ପଡ଼ି ରହିଛି। କିନ୍ତୁ ବନ ବିଭାଗ ପାଖରେ ଖବର ନାହିଁ। କୁମ୍ଭୀରଟିର ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ଜଣାପଡ଼ିନାହିଁ । 

ସୂଚନା ମୁତାବକ, ସାତକୋଶିଆ ବାଲିପୁଟ ଠାରୁ ରାଣୀଭୂଇଁ ମଧ୍ୟରେ ବାଲିରେ ଏକ ବିରାଟ କୁମ୍ଭୀର ମରି ପଡ଼ିଥିବା କିଛି ଲୋକ ଦେଖିଥିଲେ। କୁମ୍ଭୀରଟିର ବୟସ କେତେ ହେବ, ଏବଂ ତାର ମୃତ୍ୟୁ କିପରି ହେଲା, ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଗତକାଲି ଠାରୁ କୁମ୍ଭୀର ମୃତ ଦେହ ପଡ଼ିଥିଲେ ମଧ୍ୟ, ବନ ବିଭାଗ ପାଖରେ କୌଣସି ଖବର ନାହିଁ। ସେହି ନିକଟରେ ବନ ବିଭାଗ ବିଟ୍ ଥିଲେ ମଧ୍ୟ କିପରି ବନ ବିଭାଗ କର୍ମଚାରୀ ଏତେ ସମୟ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲିଣ୍ଡା ବନ୍ୟପ୍ରାଣୀ ରେଞ୍ଜର ଲିଙ୍ଗରାଜ ଭୋଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.