ନୂଆଦିଲ୍ଲୀ,୩୧/୧୨: ସରିଯିବ ୨୦୨୪ । ବର୍ଷର ଶେଷ ଦିନରେ ବେଷ୍ଟ କ୍ରିକେଟ ଟିମ୍ ବାଛିଛି ଅଷ୍ଟ୍ରେଲିଆ । ଏଥିରେ ପାଟ କମିନ୍ସ ନୁହେଁ ବରଂ ଜଣେ ଭାରତୀୟଙ୍କୁ ଦଳର ଅଧିନାୟକ କରିଛି କ୍ରିକେଟ ଅଷ୍ଟ୍ରେଲିଆ । କ୍ୟାପ୍ଟେନ୍ସି ପଦରୁ ହଟିଛନ୍ତି ପାଟ୍ କମିନ୍ସ । ତାଙ୍କ ସ୍ଥାନରେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦଳର ଅଧିନାୟକ ହୋଇଛନ୍ତି ।
What a year from this XI including Jasprit Bumrah who leads the side 🙌
— cricket.com.au (@cricketcomau) December 31, 2024
Full story: https://t.co/zM0nfiRxz9 pic.twitter.com/cn8Zu7zlxw
୨୦୨୪ର ଅନ୍ତିମ ଦିନରେ ବେଷ୍ଟ କ୍ରିକେଟ ଟିମ୍ ବାଛିଛି କ୍ରିକେଟ ଅଷ୍ଟ୍ରେଲିଆ । ଯେଉଁଥିରେ ୧୧ ଜଣ ଖେଳାଳି ରହିଛନ୍ତି । ଯେଉଁଥିରେ ଭାରତର ଦୁଇ ଜଣ ଖେଳାଳି ରହିଛନ୍ତି । ଯଶ୍ବସ୍ବୀ ଜୈସ୍ବାଲ ଓ ଯଶପ୍ରୀତ ବୁମରାଙ୍କୁ ବେଷ୍ଟ ୧୧ରେ ସ୍ଥାନ ମିଳିଛି । ଖାଲି ସେତିକି ନୁହେଁ ଯଶପ୍ରୀତ ବୁମରା ପାଟ କମିନ୍ସଙ୍କ ସ୍ଥାନରେ ଦଳର ଅଧିନାୟକ ହୋଇଛନ୍ତି । ୧୧ ଜଣିଆ ଦଳରେ ବିଶ୍ବକପ ଜିତାଇଥିବା ପାଟ୍ କମିନ୍ସଙ୍କୁ ସ୍ଥାନ ମିଳିନାହିଁ । ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରୀ ୱିକେଟ କିପର ହୋଇଥିବାବେଳେ ଯଶପ୍ରୀତ ବୁମରା ଅଧିନାୟକ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜୈସ୍ବାଲ, ଇଂଲଣ୍ଡର ବେନ ଡକେଟ, ରୁଟ, ହ୍ୟାରୀ ବ୍ରୁକ, ନିଜ୍ୟୁଲାଣ୍ଡର ରବିନ୍ଦ୍ର ରାଚିନ, ମାଟ ହେନେରୀ, ଶ୍ରୀଲଙ୍କାର ମେଣ୍ଡିସ, ଅଷ୍ଟ୍ରେଲିଆର ହାଜେଲ ହୁଡ ଓ ଆଲେକ୍ସ କ୍ୟାରୀ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ ରହିଛନ୍ତି ।
ପାଟ କମିନ୍ସଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ଚଳିତ ବର୍ଷ କ୍ରିକେଟର ଦମଦାର ପ୍ରଦର୍ଶନ କରିଛି । ମାତ୍ର ତାଙ୍କୁ ୧୧ ଜଣିଆ ବେଷ୍ଟ କ୍ରିକେଟ ଟିମରେ ତାଙ୍କୁ ସ୍ଥାନ ମିଳିନାହିଁ । ଖାଲି ସେତିକି ନୁହେଁ କ୍ରିକେଟ ଅଷ୍ଟ୍ରେଲିଆ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ କରିଛି । ବୁମରା ଚଳିତବର୍ଷ ୧୩ଟି ଟେଷ୍ଟ ମ୍ୟାଚ ଖେଳି ୭୧ ୱିକେଟ ନେଇଛନ୍ତି । ବୁମରା ତାଙ୍କ ଅଧିନାୟତ୍ବରେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରିଥିଲେ ।