ପ୍ରମୂଖ ଖବର
  • ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କୁ ମହଙ୍ଗା ମାଡ, ବଢିଲା କମର୍ସିଆଲ୍ ଗ୍ୟାସ୍ ଦର
  • ||
  • ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା: ବରଫ ତଳୁ ଆଉ ୧୪ ଶ୍ରମିକ ଉଦ୍ଧାର,ଏବେ ବି ୮ ଜଣଙ୍କୁ ରେସ୍କ୍ୟୁ ପାଇଁ ଚାଲିଛି ଉଦ୍ୟମ
  • ||
  • ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଦକ୍ଷିଣ ଆଫ୍ରିକା - ଇଂଲଣ୍ଡ ଟକ୍କର, ସମ୍ମାନ ବଞ୍ଚାଇବାକୁ ଲଢ଼ିବ ବଟଲର ବାହିନୀ
  • ||
  • ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୨ ଲକ୍ଷ ଟଙ୍କାର ପୁରସ୍କାର
  • ||
  • ସୁମା ରିୟଲ ମିଡିଆର ‘ୱାଓ’-୨୦୨୫’, ସମ୍ମାନିତ ହେବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଥିବା ମହିଳା
  • ||
  • ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ୟାକେଜ ଘୋଷଣା କରିବେ
  • ||
  • ଭୁବନେଶ୍ୱର : ଡିଭାଇଡର୍‌କୁ ପିଟି ଢାବାରେ ପଶିଗଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

Published By : Harapriya Sethi | March 1, 2025 7:31 AM

ଭୁବନେଶ୍ୱର,୦୧/୦୩: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ତୀର୍ଥଯାତ୍ରୀ ବସ୍‌ ଟାଟାରୁ ପୁରୀ ଯାଉଥିଲା । ଉକ୍ତ ତୀର୍ଥଯାତ୍ରୀ ବସ୍‌ଟି ଛତାବର ନିକଟରେ ଟାୟାର୍‌ ବଦଳାଇବା ପାଇଁ ରହିଥିଲା । ଏହି ସମୟରେ ଘଟିଗଲା ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍‌କୁ ପଛପଟୁ ଏକ କଣ୍ଟେନର ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ଭଣ୍ଡାରିପୋଖରୀ ପୋଲିସ । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.