ପ୍ରମୂଖ ଖବର
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବିଧାନସଭାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି କଂଗ୍ରେସ : ଆଇନ ମନ୍ତ୍ରୀ

Published By : Prameya | March 26, 2025 7:15 PM

ଭୁବନେଶ୍ବର,୨୬।୩ :  ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥ କୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇଡ୍ରାମା କରାଯାଉଛି।  ୭ ମାର୍ଚ୍ଚ ରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ । ଯେତେବେଳେ ଏହା ଅସହଣିୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବନ କଲେ । ଆଶା କରାଯାଉ ଥିଲା ଯେ ତାହା ପରେ କଂଗ୍ରେସ ବିଧାୟକ ମାନେ ନିଜ ଆଚରଣ ଉଚ୍ଚାରଣ ରେ ପରିବର୍ତ୍ତନ ଆଣିବେ ।ବିଧାନସଭା ନ ଚଳେଇ ଦେବାକୁ କଂଗ୍ରେସକୁ ଦିଲ୍ଲୀରୁ ଆସିଛି ନିର୍ଦେଶ ବୋଲି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି। 

କଂଗ୍ରେସ ଦଳ ନିଜର ଅସ୍ତିତ୍ବ ବଞ୍ଚେଇବା ପାଇଁ ୨୭ ତାରିଖରେ ଆନ୍ଦୋଳନର ଡାକରା ଦେଇଛି । ବୁଡି ଯାଇଥିବା ଡ଼ଙ୍ଗା କୁ ବଞ୍ଚେଇବା କୁ ଉଦ୍ୟମ କରୁଛି । ଦିଲ୍ଲୀ ରୁ ନିର୍ଦ୍ଦେଶ ଆସିଛି ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ଦିଅ ନାହିଁ । ତାର ଅର୍ଥ ନୁହେଁ ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରିବ ବିକାଶ କୁ ହତ୍ୟା କରିବ । ଏଥିପାଇଁ ଭଗବାନ କେବେ ବି କ୍ଷମା ଦେବେନି । 

ବିଧାନସଭାରେ ଗୁଣ୍ଡା ରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ । ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ । ନିଜର ରାଜନୈତିକ ଅସ୍ତିତ୍ବ ବଞ୍ଚେଇବା ଓଡ଼ିଶାର ଲୋକଙ୍କ ସ୍ୱାର୍ଥ କୁ ହନନ କରୁଛ କଂଗ୍ରେସ। ଆମେ ସ୍ପଷ୍ଟ ଭାବେ କହିଛୁ ଆଲୋଚନା କୁ ଆସନ୍ତୁ । କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି । 

 ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ । ବିଧାନସଭାର ରୂଲ ଆଣ୍ଡ ପ୍ରୋସିଜିୟର କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ । କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏ ନାହିଁ । ଯାହା କି କଂଗ୍ରେସର ସଦସ୍ୟ ମାନେ ଭଲ ଭାବେ ଜାଣିଛନ୍ତି । କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହ କୁ ୱାସ୍ ଆଉଟ କରିବାକୁ ପରିକଳ୍ପନା କରିଛି କଂଗ୍ରେସ । 

 ବିରୋଧୀ ଉତ୍ତର ଚାହୁଁହଛି ଆମେ ଉତ୍ତର ଦେବୁ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ । ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତି ଦାବି କରି ନାହାନ୍ତି  କିନ୍ତୁ ତା ମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭା ରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ । ପ୍ରତିଦିନ ବିଧାନସଭା ଚଲେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥା କୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗୃହ ରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି । 

 ମଙ୍ଗଳବାର ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାପ ମାନଙ୍କୁ ଆକ୍ରମଣ କଲେ । ଗୁଣ୍ଡାରାଜ କଲେ । ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ । ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି । ତା’ପରେ ଯାଇ ବିଧାନସଭାର ଷ୍ଟାଫ ତାଙ୍କୁ ବାହାରକୁ ବାହାର କରିଥିଲେ । 

କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି । କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଆମେ ଆମର ଭୁଲ ମାନିନେବୁ । ଆମେ ଅନୁରୋଧ କରୁଛୁ ବିରୋଧୀ ଙ୍କୁ ଆସନ୍ତୁ ସମସ୍ତେ ମିଳି ମିଶି ରାଜ୍ୟର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିବା । 

ଯଦି ବିରୋଧୀ ଙ୍କ ସହଯୋଗ ଚାହୁଁଛନ୍ତି ତେବେ ନିଲମ୍ବନ ଉଠିବ କି ପ୍ରଶ୍ନରେ କହିଛନ୍ତି ପୂର୍ବରୁ ଅନୁପ ସାଏ  କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରି କ୍ଷମା ମାଗିଥିଲେ । ତା ପରେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇ ଥିଲା । ଯଦି କଂଗ୍ରେସ ବିଧାୟକମାନେ ସେମିତି କରିବେ ବାଚସ୍ପତି ତାଙ୍କ ନିଷ୍ପତ୍ତି ନେଇ ପାରିନ୍ତି । ବିଧାନସଭାକୁ ବଳ ପୂର୍ବକ ଭାବେ ବନ୍ଦ କରିବା କୁ ବରଦାସ୍ତ କରାଯିବନି । ଗୃହକୁ ଭଲ ଭାବେ ସମସ୍ତେ ଚଳାଇବାକୁ ଦିଅନ୍ତୁ ବୋଲି ଅନୁରୋଧ କଲେ ଆଇନ ମନ୍ତ୍ରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.