ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଜୁଲାନା ଆସନରେ ପଛରେ ଭିନେଶ ଫୋଗତ, ଆଗରେ ବିଜେପି

ନୂଆଦିଲ୍ଲୀ,୦୮/୧୦: ଆରମ୍ଭ ହୋଇଛି ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି । ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି। ଏହାରି ମଧ୍ୟରେ ଜୁଲାନା ଆସନରେ ପଛୁଆ ରହିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗତ । ଏଠାରେ ବିଜେପିର ଯୋଗେଶ କୁମାରେ ଆଗରେ ରହିଛନ୍ତି । ପ୍ୟାରିସ ଅଲିମ୍ପିକରେ ପଦକରୁ ଅଳ୍ପକେ ବଞ୍ଚିତ ହେବା ପରେ କୁସ୍ତିକୁ ବାଏ ବାଏ କହିଥିଲେ ଭିନେଶ । ଏହା ପରେ ପରେ ଭିନେଶ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଅଲିମ୍ପିଆନ୍ ତଥା ପୁରୁଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହିତ କଂଗ୍ରେସ ଦଳରେ ମିଶିଥିଲେ ଭିନେଶ । ଭିନେଶଙ୍କୁ ହରିଆଣା ନିର୍ବାଚନରେ ଲଢିବା ପାଇଁ ଟିକେଟ ଦେଇଥିଲା । 

ତେବେ ଏଥର କି’ଏ ଜିତିଛି ଜନତାଙ୍କ ବିଶ୍ବାସ,‘ଇଭିଏମ’ରେ କାହାକୁ ଭରସା କରିଛନ୍ତି ଜନତା ? ୫ ବର୍ଷ ପାଇଁ କାହାକୁ ମିଳିବ କ୍ଷମତାର ସିଂହାସନ ? ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି, କଂଗ୍ରେସ ନା ଅନ୍ୟ କିଛି ଆଞ୍ଚଳିକ ଦଳ ପାଇବେ ବହୁମତ, ତାହା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ । ଉଭୟ ଜମ୍ମୁ-କାଶ୍ମୀରର ଓ ହରିୟାଣାର ମୋଟ ୯୦ଟି ଲେଖାଏଁ ବିଧାନସଭା ଆସନରେ ହୋଇଥିବା ମତଦାନର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ମଧ୍ୟାହ୍ନ ସୁଦ୍ଧା ଫଳଫଳ ସ୍ପଷ୍ଟ ହୋଇଯିବ । ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । କାହା ସପକ୍ଷରେ ଜନମତ ଯାଉଛି,ତାକୁ ହିଁ ଅପେକ୍ଷା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.